ରାଷ୍ଟ୍ରପତିଙ୍କ ଖାଦ୍ୟରେ କଣ ରହିଛି ? ଜାଣନ୍ତୁ …….

0
1072

ପୁରୀ:  ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ରାଷ୍ଟ୍ରପତିଙ୍କ ଲାଗି ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା ହୋଇଛି । ୨ ଦିନ ରହଣୀ କାଳରେ ରାଷ୍ଟ୍ରପତିଙ୍କୁ କେତେବେଳେ କେଉଁ ଖାଇବା ଦିଆଯିବ ।

୧୯ ତାରିଖ ସ୍ନାକ୍ସରେ ମାର୍ବଲ ଟି କେକ୍, ମସରୁମ୍ ଭଲୁଭେଣ୍ଟ, ପନିର କାଠି ରୋଲ୍, ଭେଜିଟେବୁଲ୍ ଫିଙ୍ଗର ସାଣ୍ଡୱିଚ୍, ଚିକେନ୍ କୋଲେସ୍ଲ ସାଣ୍ଡୱିଚ୍, ଆଫଗାନି ମୁଘ ଟିକା, କ୍ରଞ୍ଚି ଫ୍ରାଏଡ୍ ଫିସ୍ ଦିଆଯିବ । ମିଠାରେ ଗୁର ସନ୍ଦେଶ, ମଲାଇ ଚାମଚାମ, ଛେନା ପୋଡ଼ ସହ ତଟକା ଫଳ ପରସା ଯିବ ।

ରାତ୍ରୀଭୋଜନ

୧୯ ତାରିଖ ରାତି ଡିନରରେ ୱେଲକମ୍ ଡ୍ରିଙ୍କରେ ଫ୍ରୁଟ୍ ପଞ୍ଚ, ସଫ୍ଟ ଡିଙ୍କ୍ସ, ବ୍ଲୁ ଲାଗୁନ୍, ସପୁରୀ ଜୁସ୍ ରହିଛି । ସେହିଭଳି ଷ୍ଟାର୍ଟରରେ ସାହାଜାନି ପନିର ଟିକା, ଷ୍ଟଫେଡ୍ ମସରୁମ୍, କଷୁଣ୍ଡି ବ୍ରୋକୋଲି, ଗରି କବାବ୍, ମସଲା ରାୱା ଫ୍ରାଏଡ୍ ଫିସ୍ ଫିଙ୍ଗର, ପେରି ପେରି ପ୍ରନ୍ ରହିଛି । ସୁପରେ ଥିମ୍ ରୋଷ୍ଟେଡ୍ ପମ୍ପକିନ୍ ସୁପ୍, ବ୍ରଣ୍ଟ ଗାର୍ଲିକ୍ ଚିକେନ୍ ସୁପ୍, ଆସୋର୍ଟେଡ୍ ବ୍ରେଡ୍ ବାସ୍କେଟ୍ ବଟର, ଗ୍ରୀନ୍ ସାଲାଡ୍, ୱାଲ୍ଡରଫ୍ ସାଲାଡ୍, ପାସ୍ତା ୱିଥ୍ ପେଷ୍ଟୋ ଡ୍ରେସିଂ, ଗ୍ରୀକ୍ ସାଲାଡ୍, ମେକ୍ସିକାନ୍ ଥ୍ରୀ ବିନ୍ ସାଲାଡ୍, ପୋଟାଟୋ ଫ୍ରେଞ୍ଚ୍ ମଷ୍ଟାର୍ଡ ସାଲାଡ୍, ଦିଆଯିବ । ଏହାଛଡ଼ା ୟେଲୋ ଡାଲ୍ ତଡ଼କା, ବ୍ଲାକ ଡାଲି ମଧ୍ୟ ପରସିବା ଯିବ ।

ନିରାମିଷରେ ପନିର ପସିନ୍ଦା, ଭେଜିଟେବୁଲ୍ କୋଫତା, ଆଳୁ ଗୋବି ମଟର, ଛତୁ ବେଶର, ଜହ୍ନି ପୋସ୍ତୋ ରହିଥିବା ବେଳେ ଆମିଷରେ ମୁର୍ଘ ହାଣ୍ଡି ଲଜିଜ୍, ଚିଙ୍ଗୁଡ଼ି କଷା, ହାଣ୍ଡି ମଟନ ରହିଛି । ଚାଇନିଜ୍ ଆଇଟମରେ ସୋୟା ଚାପ୍ ଚିଲି, ଏସିଆନ୍ ଗ୍ରୀନ୍ ୱିଥ୍ ଗୋଲ୍ଡେନ୍ ଗାର୍ଲିକ୍, ଚିଲି ଗାର୍ଲିକ୍ ନୁଡଲ୍ ଦିଆଯିବ । ଏହାଛଡ଼ା ଷ୍ଟିମ୍ ରାଇସ୍, ଭେଜିଟେବୁଲ୍ ବିରୟାନୀ ସହ କର୍ଣ୍ଣ ଓ ଭେଜିଟେବୁଲ୍ ଫ୍ରାଏଡ୍ ରାଇସ୍ ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ହେବ । ରୁଟି, ନାନ୍, ମସଲା କୁଲଛା, ପରଠା ସହ ମିଠାରେ ଗାଜର ହାଲୁଆ, ରସମଲାଇ, ସନ୍ଦେଶ, ବେକଡ ଚିଜ୍ କେକ୍, ଫ୍ରୁଟ୍ ଟ୍ରିଫଲ୍ ଓ ବଟର ସ୍କଚ୍ ଆଇସକ୍ରିମ୍ ଦିଆଯିବ ।

food

ମଧ୍ୟାହ୍ନ ଭୋଜନ

ସେହିଭଳି ୨୦ ତାରିଖ ମଧ୍ୟାହ୍ନ ଭୋଜନ ପାନୀୟରେ ତରଭୁଜ୍ ଓ ପୋଦିନା ଜୁସ, ଥଣ୍ଡା ପାନୀୟ, ଭର୍ଜିନ୍ ମୋଜିଟୋ, ମସଲା ଚାସ୍, ଦିଆଯିବ । ଷ୍ଟାର୍ଟରରେ ପୋଦିନ ପନିର ଟିକା, ଭେଜିଟେବୁଲ୍ ମିନି କଟଲେଟ୍, ମୁର୍ଘ ମଲାଇ ଟିକା ଓ ଚିଲି ଫିସ୍ ରହିଛି । ଏହାଛଡ଼ା ଚିକେନ୍ ସୁଇଟ୍ କର୍ଣ୍ଣ ସୁପ୍, ମାଇନଷ୍ଟ୍ରୋନ୍ ସୁପ୍, ଆସୋର୍ଟେଡ୍ ବ୍ରେଡ୍ ବାସ୍କେଟ୍, ଗ୍ରୀନ୍ ସାଲାଡ୍, ରୁଷିଆନ୍ ସାଲାଡ୍, ବିଟ୍ ଓ କମଳା ସାଲାଡ୍, ଟସଡ୍ ସାଲାଡ୍ ଓ ସ୍ପାଇସ୍ ଆପଲ୍ କର୍ଣ୍ଣ ଦିଆଯିବ । ଡାଲ୍ ପେଶାୱାର ସହ ଭଜା ମୁଗ ଡାଲି ପରସା ଯିବ ।

Also Read  Bhadrak: Group clash over land dispute, 5 critical

ନିରାମିଷରେ ପନିର ବଟର ମସଲା, ମୋଟି ମଟର, ମସରୁମ୍ ଦୋ ପ୍ୟାଜା, ଆଳୁ କଲରା ଚିପ୍ସ, ବେବି କର୍ଣ୍ଣ ମସଲା ରହିଥିବା ବେଳେ ଆମିଷରେ ଚିକେନ୍ କଷା, ଗ୍ରିଲଡ ଫିସ୍, ମଟନ୍ ରୋଗାନ ଜୋଶ ରହିଛି । କଲିଫ୍ଲାୱାର ମଞ୍ଚୁରିଆନ୍, ଏକ୍ସୋଟିକ୍ ଭେଜିଟେବୁଲ୍, ସିଙ୍ଗାପୁର ନୁଡଲ୍, ଷ୍ଟିମ୍ ରାଇସ୍, ଭେଜିଟେବୁଲ୍ ପଲାଉ, ଭେଜିଟେବୁଲ୍ ବ୍ରଣ୍ଟ ଗାର୍ଲିକ ଫ୍ରାଏଡ୍ ରାଇସ୍ ଦିଆଯିବ । ରୁଟି, ନାନ୍, ଲଛା ପରଠା, କୁଲଛା, ବଟର ନାନ ସହ ମିଠାରେ ବେକଡ୍ ଗୁର୍ ରସୋଗୋଲା, ଛେନା ଝିଲି, ମୁଗ ଡାଲି ହାଲୁଆ, ଅପେରା କେକ୍, କୋକାନଟ୍ ବ୍ଲୁ ବେରୀ ସାଡୋ ଓ ଭାନିଲା ଆଇସକ୍ରିମ୍ ରାଷ୍ଟ୍ରପତିଙ୍କୁ ଦିଆଯିବ ।