ODI ଏବଂ T20 ପରେ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ହେଲେ ରୋହିତ ଶର୍ମା

0
995
ODI ଏବଂ T20 ପରେ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ହେଲେ ରୋହିତ ଶର୍ମା
ODI ଏବଂ T20 ପରେ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ହେଲେ ରୋହିତ ଶର୍ମା

ଫେବୃଆରୀ ୧୯
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳର ଘୋଷଣା ସହିତ ଟିମ୍ ଇଣ୍ଡିଆ ବିରାଟ କୋହଲି ଙ୍କ ସ୍ଥାନରେ ରୋହିତ ଶର୍ମା ଙ୍କୁ ଅଧିନାୟକ ଭାବରେ ଘୋଷଣା କରିଛନ୍ତି I
ବିସିସିଆଇର ବରିଷ୍ଠ ଚୟନ କମିଟିର ସଭାପତି ଚେତନ ଶର୍ମା ଦଳର ଘୋଷଣା ସମୟରେ ଏହା କହିଛନ୍ତି I ସେ ଆହୁରି କହିଛନ୍ତି, କେଏଲ ରାହୁଲ, ରୀଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରାଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ଗଢି ତୋଳିବା ପାଇଁ ରୋହିତ ଶର୍ମାଙ୍କ ଅଧୀନରେ ତାଲିମ ଦିଆଯିବ। ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ବୁମ୍ରାଙ୍କୁ ଉପ-ଅଧିନାୟକ କରାଯାଇଛି।

ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ରାଉଣ୍ଡରେ 2-1 ସିରିଜ୍ ପରାଜୟ ପରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ପ୍ରଶ୍ନ ଉଠୁଥିଲା ପରବର୍ତ୍ତୀ ଅଧିନାୟକ କିଏ ହେବେ? ଅନେକ ନାମ ଆସୁଥିଲା | ସେଥିମଧ୍ୟରୁ ରୋହିତ ଶର୍ମାଙ୍କ ନାମ ଆଗରେ ଥିଲା I

ଗତ ବର୍ଷ ବିରାଟ କୋହଲିଙ୍କୁ ODI ଏବଂ T20 ର ଅଧିନାୟକ ପଦରୁ ହଟାଇବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା। ସେ ବର୍ତ୍ତମାନ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ବିରାଟଙ୍କ ପରି ତାଙ୍କର ଦାୟିତ୍ୱ ରହିବ ବିଦେଶରେ ଦଳ କେମିତି ଭଲ ଖେଳ ପ୍ରଦର୍ଶନ କରିବ I ଏହା ସହିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଉପରେ ମଧ୍ୟ ତାଙ୍କ ଆଖି ରହିବ | ODI ଏବଂ T20 ର ଅଧିନାୟକ ଭାବରେ ସେ ଏ ପର୍ଯ୍ୟନ୍ତ ଭଲ କରିଛନ୍ତି I ସେ ମଧ୍ୟ ଆଇପିଏଲର ଅନ୍ୟତମ ସଫଳ ଅଧିନାୟକ |
ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ଅଟନ୍ତି। ସେ ସାତ ବର୍ଷ ପାଇଁ ଅଧିନାୟକତ୍ୱ କରିଥିଲେ ଏବଂ ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଜବରଦସ୍ତ ସଫଳତାର ସ୍ୱାଦ ଚାଖିଥିଲା | ସେ ୬୮ ଟି ଟେଷ୍ଟ ମ୍ୟାଚରେ ଦଳର ଅଧିନାୟକ ହୋଇଥିଲେ | ଏଥିମଧ୍ୟରୁ ଟିମ ଇଣ୍ଡିଆ ୪୦ ଟି ଜିତିଥିଲା, ୧୧ ଟି ଡ୍ର ହୋଇଥିଲା ଏବଂ ୧୭ ଟି ହାରି ଯାଇଥିଲା |

ବିରାଟ କୋହଲିଙ୍କ ପାଇଁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ସ୍ୱତନ୍ତ୍ର ହେବ। ମାର୍ଚ୍ଚ ୪ ରେ ମୋହାଲିରେ ଟେଷ୍ଟ ମ୍ୟାଚ୍ ଖେଳାଯିବ ଏବଂ ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ ତମ ଟେଷ୍ଟ ହେବ | ସେ ଏପର୍ଯ୍ୟନ୍ତ ୯୯ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁରେ ମାର୍ଚ୍ଚ ୧୨ ରୁ ଖେଳାଯିବ |

Also Read  Wicked Start For England, Loses 2 Wickets In The First Hour Of The Game