“ଜୟ ବଙ୍ଗଳା” ହେବ ବାଂଲାଦେଶ ର ଜାତୀୟ ସ୍ଲୋଗାନ

0
774
"ଜୟ ବଙ୍ଗଳା" ହେବ ବାଂଲାଦେଶ ର ଜାତୀୟ ସ୍ଲୋଗାନ
"ଜୟ ବଙ୍ଗଳା" ହେବ ବାଂଲାଦେଶ ର ଜାତୀୟ ସ୍ଲୋଗାନ

ଫେବୃଆରୀ ୨୧
“ଜୟ ବଙ୍ଗଳା” କୁ ଦେଶର ଜାତୀୟ ସ୍ଲୋଗାନ କରିବାକୁ ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ରବିବାର ଏହି ନିଷ୍ପତ୍ତି ନିଆଯାଇଛି।

ଏହାକୁ ସାର୍ବଜନୀନ କରିବା ପାଇଁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି କ୍ୟାବିନେଟ ସଚିବ ଖଣ୍ଡକର ଅନୱାରୁଲ ଇସଲାମ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି।

ସଚିବାଳୟର ସମ୍ମିଳନୀ କକ୍ଷରୁ ମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିବାବେଳେ ହସିନା ତାଙ୍କ ସରକାରୀ ବାସଭବନ ‘ଗଣଭବନ’ ରୁ ଏହି ସଭାରେ ଯୋଗ ଦେଇଥିଲେ।

କ୍ୟାବିନେଟ ସଚିବ କହିଛନ୍ତି ଯେ “ଜୟ ବଙ୍ଗଳା” କୁ ଜାତୀୟ ସ୍ଲୋଗାନ କରିବା ପାଇଁ ହାଇକୋର୍ଟ ତାଙ୍କ ରାୟ ରେ କହିସାରିଛନ୍ତି I କ୍ୟାବିନେଟ ଏହି ପ୍ରସଙ୍ଗରେ ଆଲୋଚନା କରି ‘ଜୟ ବଙ୍ଗଳା’କୁ ଜାତୀୟ ସ୍ଲୋଗାନ ର ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି।

Also Read  Hackers Pull down Sishubhawan website, threatens India