ପଂଚାୟତ ନିର୍ବାଚନ: ଆରମ୍ଭ ହେଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ

0
453
Nuapada By-Election: All Preparations Completed For Counting
Nuapada By-Election: All Preparations Completed For Counting

ଫେବୃଆରୀ ୨୨

ଓଡିଶାରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। କୋଭିଡ କଟକଣା ମଧ୍ୟରେ ଭୋଟ ଦିଆ ଚାଲିଛି I ଏହି ପର୍ଯ୍ୟାୟ ରେ ହିଂସା, ବୁଥ ଦାଖଲ ପରି ଘଟଣା ରୋକିବା ପାଇଁ ପର୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି I ୫୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ଅଧିକାର ସାବ୍ୟସ୍ଥ କରିବେ I ୨୭ ଟି ଜିଲ୍ଲାର ୧୬୩ ଟି ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର I
ପଞ୍ଚାୟତ ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟରେ ଅନେକ ଗୁଡିଏ ହିଂସାତ୍ମକ ଘଟଣା ଘଟିବା ପରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡିଶା ପୋଲିସ ସୁରକ୍ଷାକୁ ଆହୁରି କଡାକଡି କରିଛି ବୋଲି ଅଧିକାରୀମାନେ ସୋମବାର କହିଛନ୍ତି।
ଚତୁର୍ଥ ପର୍ଯ୍ୟାୟ ପାଇଁ ପୋଲିସ ଅଫିସର ଙ୍କ ସହ ୨୫୭ ପ୍ଲାଟୁନ୍ ଫୋର୍ସ ଏବଂ ୧୪୭୩ ମୋବାଇଲ୍ ପାଟ୍ରୋଲିଂ ପାର୍ଟି ନିୟୋଜିତ ହେଇଛନ୍ତି I
ଗତ ପର୍ଯ୍ୟାୟ ରେ ଯାଜପୁର ଜିଲ୍ଲାରେ, ତିନିଜଣ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଅନ୍ୟ କେତେଗୁଡିଏ ହିଂସା ଘଟଣା ଯୋଗୁଁ ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡାକଡି କରାଯାଇଛି I
ବିଭିନ୍ନ ଘଟଣାରେ ପୋଲିସ ୮୨ ଜଣଙ୍କୁ ଗିରଫ କରିଛି। ଯାଜପୁର ଜିଲ୍ଲାରେ ୪୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୯ ଜଣ, ଜଗତ୍ସିଂହପୁରରେ ୬ ଜଣ ଏବଂ ପୁରୀ ଜିଲ୍ଲାରେ ୨୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି I

Also Read  Both BJD and BJP used money, Muscle and Govt. Machinery to influence the voters; OPCC president: