ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କଲା ରୁଷିଆ: ଆମେରିକା ର ଧମକ !

0
1211
ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କଲା ରୁଷିଆ: ଆମେରିକା ର ଧମକ !
ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କଲା ରୁଷିଆ: ଆମେରିକା ର ଧମକ !

ଫେବୃଆରୀ ୨୪/ ରୁଷିଆ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପୂର୍ବ ୟୁକ୍ରେନର ଡୋନାବାସ ଅଂଚଳରେ ଏକ ସାମରିକ ଅପରେସନ ଆରମ୍ଭ ହେଇଥିବା ନେଇ ଘୋଷଣା କରିଛନ୍ତି, ଯାହାକୁ କୀଏଭି କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି I
ଲୁହାନସ୍କ ଏବଂ ଡୋନେଟ୍ସ୍କ ପରି ଦୁଇଟି ଅଂଚଳ କୁ ନେଇ ଡୋନାବାସ ଗଠିତ I ରୁଷିଆ ଗତ ସପ୍ତାହ ରେ ଏହି ଅଂଚଳକୁ ସ୍ୱାଧୀନ ରାଜ୍ୟ ଭାବରେ ଘୋଷଣା କରିଥିଲା I ଯେଉଁଥିପାଇଁ ବହୁ ଦେଶ ମସ୍କୋ ବିରୁଦ୍ଧରେ ସ୍ୱର ଉଠାଇଥିଲେ I
ଗୁରୁବାର ସକାଳେ ପୁଟିନ ଦେଶକୁ ଏକ ଟେଲିଭିଜନ ଭାଷଣ ମାଧ୍ୟମରେ କହିଛନ୍ତି ଯେ ୟୁକ୍ରେନ ଦଖଲ କରିବାକୁ ରୁଷିଆ ଯୋଜନା କରୁନାହିଁ, କିନ୍ତୁ ଯଦି କେହି ରୁଷିଆ ବିରୁଦ୍ଧ ରେ ଯାନ୍ତି, ତେବେ ରୁଷିଆ ତୁରନ୍ତ ପଦକ୍ଷେପ ନେବ I
ସେ କହିଛନ୍ତି “କିଏ ଦେଶ ଚଳାଇବ ତାହା ୟୁକ୍ରେନବାସୀ ମୁକ୍ତ ଭାବରେ ବାଛିପାରିବେ I ୟୁକ୍ରେନ ଉପରେ ଆକ୍ରମଣ ତାଙ୍କ ଦେଶର “ଆତ୍ମରକ୍ଷା” ପାଇଁ ଉଦ୍ଧିଷ୍ଟ I ‘
ପୁଟିନ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷିଆ ର ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ଏବଂ କେବଳ ସମୟର ପ୍ରଶ୍ନ। ପୁଟିନ ଏହି ଘୋଷଣା କରିବା ସମୟରେ, କ୍ୟୁଏଭରେ ଏବଂ ୟୁକ୍ରେନରେ ମଧ୍ୟ ବିସ୍ଫୋରଣ ଘଟିଥିବାର ଶୁଣିବାକୁ ମିଳିଥିଲା।
ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକରେ ରୁଷିଆ କୁ ୟୁକ୍ରେନ ଆଡକୁ ଅଧିକ ସୈନ୍ୟବାହିନୀ ନ ପଠେଇବାକୁ ନିବେଦନ କରୁଥିବା ବେଳେ ରୁଷିଆ ର ରାଷ୍ଟ୍ରପତିଙ୍କ ଯୁଦ୍ଧ ଘୋଷଣା କରିଥିଲେ I
ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ତାଙ୍କ ଆବେଦନରେ ରୁଷିଆ କୁ ୟୁକ୍ରେନ ଉପରେ ଆକ୍ରମଣରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି I କାରଣ ବହୁ ଲୋକଙ୍କର ମୃତ୍ୟୁ ହୋଇସାରିଛି।

ଏହି ସମୟରେ କୀଏଭି ରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମଟ୍ରୋ କୁଲେବା କହିଛନ୍ତି ଯେ ପୁଟିନ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଭାବରେ ଆକ୍ରମଣ କରିଦେଇଛି I
ଘୋଷଣାର କିଛି ସମୟ ପରେ ଟ୍ୱିଟରକୁ ମାଧ୍ୟମରେ ସେ କହିଛନ୍ତି: “ପୁଟିନ ବର୍ତ୍ତମାନ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିଛନ୍ତି। ଶାନ୍ତିପୂର୍ଣ୍ଣ ୟୁକ୍ରେନ ସହରଗୁଡିକ ଉପରେ ଆକ୍ରମଣ କରାଯାଉଛି I ଏହା ଏକ ଆକ୍ରୋଶର ଯୁଦ୍ଧ।”

ସେ କହିଛନ୍ତି, “ୟୁକ୍ରେନ ନିଜକୁ ରକ୍ଷା କରିବ ଏବଂ ଜିତିବ। ପୁଟିନଙ୍କୁ ସାରା ବିଶ୍ୱ ବିରୋଧ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି I ”
ପୁଟିନ ଏହି ଯୁଦ୍ଧ ଘୋଷଣା କରିବା ପୂର୍ବରୁ ରୁଷ ନାଗରିକ ମାନଙ୍କୁ ଅନୁରୋଧ କରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷିଆ ୟୁରୋପରେ ଏକ ପ୍ରମୁଖ ଯୁଦ୍ଧ ଆରମ୍ଭ କରିବ; ଏହାକୁ ସେମାନେ ବିରୋଧ କରନ୍ତୁ I ‘
ରୁଷିଆ ର ନାଗରିକ ମାନେ

Also Read  Talks Between Russian & Ukrainian Delegations are underway

ୟୁକ୍ରେନ ସୀମାରେ ରୁଷିଆର ପ୍ରାୟ ୨ ଲକ୍ଷ ସୈନ୍ୟ ଏବଂ ହଜାର ହଜାର ଯୁଦ୍ଧ ଯାନ ଥିବା ଜେଲେନସ୍କି କହିଛନ୍ତି।

ପୁଟିନଙ୍କ ଏହି ପଦକ୍ଷେପ କୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିନ୍ଦା କରିଛନ୍ତି I ସେ କହିଛନ୍ତି ରୁଷିଆ ର ନେତା ଯୋଜନାବଦ୍ଧ ହେଇ ଏହି ଯୁଦ୍ଧ କୁ ଯାଇଛନ୍ତି I ଯାହାଦ୍ୱାରା କିଛି ଲାଭ ହେବନାହିଁ, ବରଂ ବହୁ ଧନଜୀବନ ନଷ୍ଟ ହେବ I
ବିଡେନ କହିଛନ୍ତି ଯେ ଏହି ଆକ୍ରମଣରେ ଯେତେବି ମୃତ୍ୟୁ ଏବଂ ବିନାଶ ହେବ, ସେଥିପାଇଁ ରୁଷିଆ ହିଁ ଦାୟୀ I ଆମେରିକା ଏବଂ ଏହାର ସହଯୋଗୀମାନେ ଏକଜୁଟ ଏହାର ଜବାବ ଦେବେ I
ଏକ ଟୁଇଟ୍‌ରେ ନାଟୋର ସାଧାରଣ ସମ୍ପାଦକ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ୟୁକ୍ରେନ ଉପରେ ରୁଷିଆ ର ବେପରୁଆ ଆକ୍ରମଣକୁ ଦୃଢ ଭାବରେ ନିନ୍ଦା କରିଛନ୍ତି, ଯାହା ଅସଂଖ୍ୟ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

“ଏହା ଅନ୍ତର୍ଜାତୀୟ ନିୟମର ଘୋର ଉଲ୍ଲଂଘନ ଏବଂ ୟୁରୋ-ଆଟଲାଣ୍ଟିକ୍ ସୁରକ୍ଷା ପାଇଁ ଏକ ବିପଦ ପୁର୍ଣ ବୋଲି ନଟୋ ପକ୍ଷରୁ କୁହାଯାଇଛି । ‘