ଓଡ଼ିଶାରେ ସରିଲା ପଂଚାୟତ ନିର୍ବାଚନ: ଫଳାଫଳ କୁ ଅପେକ୍ଷା

0
1147
ଓଡ଼ିଶାରେ ସରିଲା ପଂଚାୟତ ନିର୍ବାଚନ: ଫଳାଫଳ କୁ ଅପେକ୍ଷା
ଓଡ଼ିଶାରେ ସରିଲା ପଂଚାୟତ ନିର୍ବାଚନ: ଫଳାଫଳ କୁ ଅପେକ୍ଷା

ଫେବୃଆରୀ ୨୪
ଓଡ଼ିଶାରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଗୁରୁବାର ଦିନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି।
ରାଜ୍ୟ ନିର୍ବାଚନ ଆୟୋଗ (SEC) କହିଛି ଯେ ଅନ୍ତିମ ପର୍ଯ୍ୟାୟରେ ଆଜି ଭୋଟ୍ ଶେଷ ସୁଦ୍ଧା ପ୍ରାୟ ୭୦ ପ୍ରତିଶତରୁ ଅଧିକ ଭୋଟର ଭୋଟ ଦେଇଛନ୍ତି I ଫାଇନାଲ ରିପୋର୍ଟ ଆସିବା ପରେ ହୁଏତ ଏହି ସଂଖ୍ୟା ବଢିପାରେ ବୋଲି କୁହାଯାଇଛି I
ରାଜ୍ୟର ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପଢି କହିଛନ୍ତି ଯେ କେତେକ ଜିଲ୍ଲାରେ କିଛି ସ୍ଥାନରେ ମତଦାନ ବ୍ୟାହତ ହୋଇଛି ଏବଂ ସଂପୃକ୍ତ ଜିଲ୍ଲା କଲେକ୍ଟର ଠାରୁ ସବିଶେଷ ରିପୋର୍ଟ ପାଇବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।
ଆଜି ୨୫ ଟି ଜିଲ୍ଲାର ୪୮ ଟି ବ୍ଲକ ଅନ୍ତର୍ଗତ ୯୭୫ ଟି ପଞ୍ଚାୟତର ୧୩,୫୧୪ ଟି ବୁଥରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ 41 ଲକ୍ଷରୁ ଅଧିକ ଯୋଗ୍ୟ ଭୋଟର ଭୋଟ ଦେଇଛନ୍ତି I
ରାଜ୍ୟ ନିର୍ବାଚନ କମିଶନର ଙ୍କ କହିବାନୁସାରେ, ବହୁ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ମାଲକାନଗିରି ଜିଲ୍ଲାର ସ୍ୱାବିମନ୍ ଅଂଚଳ ର ଚିତ୍ରକୋଣ୍ଡା ରେ ମତଦାନ ଶାନ୍ତିପୂର୍ଣ୍ଣ ଥିଲା | ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଏବଂ ୧୮ ଟି ପଞ୍ଚାୟତରେ ଏହି ମତଦାନ କରାଯାଇଥିଲା। 41,୦୦୦ ରୁ ଅଧିକ ଭୋଟର ପଞ୍ଚାୟତ ନିର୍ବାଚନ ରେ ତାଙ୍କ ଅଧିକାର ସାବ୍ୟସ୍ଥା କରିଥିଲେ I
ସେଠାରେ ଆଜି ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Also Read  Fifth Phase panchayat polls: 76% attendance recorded