ପ୍ରସିଦ୍ଧ କେଦାରନାଥ ମନ୍ଦିର ଏବଂ ଏହାକୁ ନେଇ ଥିବା କିମ୍ବଦନ୍ତୀ

0
1040
ପ୍ରସିଦ୍ଧ କେଦାରନାଥ ମନ୍ଦିର ଏବଂ ଏହାକୁ ନେଇ ଥିବା କିମ୍ବଦନ୍ତୀ
ପ୍ରସିଦ୍ଧ କେଦାରନାଥ ମନ୍ଦିର ଏବଂ ଏହାକୁ ନେଇ ଥିବା କିମ୍ବଦନ୍ତୀ

ଫେବୃଆରୀ ୨୭
ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ କେଦାରନାଥ ମନ୍ଦିର ଚାରି ଧାମ ତୀର୍ଥଯାତ୍ରା ସର୍କିଟ ଏକ ଅଂଶ ଏବଂ ଏହା ଭାରତରେ ଭଗବାନ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ | ଗରୱାଲ ହିମାଳୟରେ ଥିବା କାଦାରନାଥ ସହରରେ ଏହା ଅବସ୍ଥିତ I ପ୍ରସିଦ୍ଧ
କେଦାରନାଥ ମନ୍ଦିର ଚାରିପାଖରେ ନିର୍ମିତ ଏହି ଟାଉନ୍, ଚୋରାବାରୀ ଗ୍ଲାସିଅର୍ ନିକଟରେ ୩,୫୮୯ ମିଟର ଉଚ୍ଚରେ ଅବସ୍ଥିତ, ଯେଉଁଠାରୁ ମନ୍ଦାକିନୀ ନଦୀ ବାହାରିଛି I
ଭଗବାନ ଶିବଙ୍କୁ ସମର୍ପିତ ଏହି ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ ଖୁବ ସୁନ୍ଦର ଏବଂ ଏହା ଧୂସର ପଥର ସ୍ଲାବରେ ନିର୍ମିତ | ମନ୍ଦିର ଭିତରେ କୋନ ଆକାରର ଗୋଟିଏ ବଡ ପଥରଖଣ୍ଡ ଙ୍କୁ ଭଗବାନ ଶିବ ଙ୍କ ସଦାଶିବ ରୂପରେ ପୂଜାକରାଯାଏ I
କେଦାରନାଥ ମନ୍ଦିର ପଛରେ, କେଦାରନାଥ ଶିଖର, କେଦାର ଡୋମ ଏବଂ ଅନ୍ୟ ହିମାଳୟ ଶିଖର ରହିଛି |

ଏହି ଅଞ୍ଚଳର ଐତିହାସିକ ନାମ ହେଉଛି “କେଦାର ଖଣ୍ଡ” ଏବଂ କିମ୍ବଦନ୍ତୀ ଅନୁଯାୟୀ ମହାଭାରତ ଯୁଦ୍ଧରେ
ପାଣ୍ଡବମାନେ କୌରବ ଙ୍କୁ ପରାସ୍ତ କରିବା ପରେ ଏତେ ସଂଖ୍ୟକ ଲୋକଙ୍କୁ ହତ୍ୟା କରି ନିଜକୁ ଦୋଷୀ ବୋଲି ଅନୁଭବ କରିଥିଲେ I ମୁକ୍ତି ପାଇଁ ଭଗବାନ ଶିବଙ୍କ ଆଶୀର୍ବାଦ ଲୋଡିଥିଲେ। ପ୍ରଭୁ ସେମାନଙ୍କୁ ଦେଖା ନ କରିବା ପାଇଁ ବାରମ୍ବାର ଚେଷ୍ଟାକଲେ I ପରେ ବୃଷଭ ରୂପରେ କେଦାରନାଥରେ ଆଶ୍ରୟ ନେଇଥିଲେ। ପ୍ରଭୁ କେଦାରନାଥର ଭୂପୃଷ୍ଠରେ ନିଜ ଭୂମି ଛାଡି ମାଟି ତଳକୁ ଚାଲିଗଲେ I ବୃଷଭ ର କୁବ୍ଜା ଅଂଶ ସେଠାରେ ରହିଗଲା ଏବଂ ଭଗବାନ ଶିବଙ୍କର ଅବଶିଷ୍ଟ ଅଂଶ ଅନ୍ୟ ଚାରିଟି ସ୍ଥାନରେ ଦେଖାଗଲା ଏବଂ ସେଠାରେ ତାଙ୍କର ଉପାସନା କରାଗଲା | ପ୍ରଭୁଙ୍କ ବାହୁ ତୁଙ୍ଗନାଥରେ, ରୁଦ୍ରନାଥରେ ମୁହଁ, ମାଡମହେଶ୍ୱରରେ ପେଟ ଏବଂ କଳ୍ପେଶ୍ବର ରେ କେଶ ଦେଖାଗଲା | କେଦାରନାଥ ଏବଂ ଉପରୋକ୍ତ ଚାରିଟି ସ୍ଥାନକୁ ପଞ୍ଚ କେଦାର ତୀର୍ଥଯାତ୍ରା ସର୍କିଟ ବୋଲି କୁହାଯାଏ I

ଅନ୍ୟ ଏକ କିମ୍ବଦନ୍ତୀ କହେ ଯେ ନର ଏବଂ ନାରାୟଣ – ବିଷ୍ନୁଙ୍କର ଦୁଇଟି ଅବତାର ଭରତ ଖଣ୍ଡର ବଦ୍ରିକାଶ୍ରାୟରେ, ପୃଥିବୀରୁ ନିର୍ମିତ ଏକ ଶିବଲିଙ୍ଗ ସାମ୍ନାରେ ତପସ୍ୟା କରିଥିଲେ I ସେମାନଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ସେମାନଙ୍କ ସାମ୍ନାରେ ଉପସ୍ଥିତ ହେଲେ ଏବଂ କହିଥିଲେ ଯେ ସେମାନଙ୍କର ଇଛା ଅନୁସାରେ ବର ମାଗିପାରନ୍ତି | ନର ଏବଂ ନାରାୟଣ ଶିବଙ୍କୁ କେଦାରନାଥରେ ଜ୍ୟୋତିର୍ଲିଙ୍ଗମ୍ ଭାବରେ ସ୍ଥାୟୀ ବାସ କରିବାକୁ ଅନୁରୋଧ କରିଥିଲେ I ଯାହାଦ୍ୱାରା ସେଠାରେ ଶିବଙ୍କୁ ପୂଜା କରୁଥିବା ସମସ୍ତ ଲୋକ ସେମାନଙ୍କ ଦୁଃଖରୁ ମୁକ୍ତ ହେବେ।
କେଦାରନାଥ ମନ୍ଦିର ଆଉ ଏକ କିମ୍ବଦନ୍ତୀ ଅନୁସାରେ, ଦେବୀ ପାର୍ବତୀ ଶିବଙ୍କ ସହ ଅର୍ଦ୍ଧନାରୀଶ୍ୱର ଭାବରେ ଉଭା ହେବାପାଇଁ ଏଠାରେ କେଦାରଶ୍ୱରଙ୍କୁ ପୂଜା କରିଥିଲେ।

Also Read  PM offers prayers at Kedarnath Temple in Uttarakhand; inaugurates Patanjali Research Institute