ଋଷ ବିରୋଧରେ ନିଜ ଦେଶର ଲୋକ ରାସ୍ତାକୁ ଓହ୍ଲାଇଲେ କାହିଁକି ? ପଢ଼ନ୍ତୁ…..

0
545

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରିଛନ୍ତି ଋଷର ବାସିନ୍ଦା । ଏମିତି ରାଜ ରାସ୍ତାକୁ ଓହ୍ଲାଇ ଶତାଧିକ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମସ୍କୋରେ ଲୋକେ ନିଜ ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ବିକ୍ଷୋଭକାରୀଙ୍କ ଉପରେ ଋଷ ପୁଲିସ ଲାଠି ଚାର୍ଜ କରିଛି ।ଏନେଇ ୟୁକ୍ରେନ୍‌ ମିଡିଆ ପକ୍ଷରୁ ପୁଲିସ ଆକ୍ରମଣର ଏକ ଭିଡିଓ ସେୟାର କରାଯାଇଛି।

ଏହି ଦୃଶ୍ୟଟି ସୋଶାଲ ମଡିଆରେ ଭାଇରାଲ ହୋଇଛି। ୟୁକ୍ରେନ୍‌ ଉପରେ ରୁଷ କରୁଥିବା ସଂହାରଲୀଳାକୁ ବିରୋଧ କରି ଗୁରୁବାର ମସ୍କୋରେ ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଲନକାରୀମାନେ ରୁଷ ସେନା ଓ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଯୁଦ୍ଧକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଯୁଦ୍ଧ ବିରୋଧୀ ଆନ୍ଦୋଲନରେ ସାମିଲ ହୋଇଥିବା ରବିବାର ୪୮ଟି ସହରରେ ୨୦୦୦ ଋଷୀୟ ନାଗରିକଙ୍କୁ ପୁଲିସ ଅଟକ ରଖିଛି।

ଆନ୍ଦୋଳନକାରୀମାନେ ନିଜ ଦେଶର ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଯୁଦ୍ଧ ଆରମ୍ଭରୁ ବିରୋଧ କରିଥିବା ଏପର୍ଯ୍ୟନ୍ତ ପ୍ରାୟ ୫୫୦୦ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକର ରଖିଛି। ସେହିପରି ରୁଷର ଧ୍ୱଂସଲୀଳା ବିରୋଧରେ ସମଗ୍ର ୟୁରୋପର ୧ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ୟୁକ୍ରେନ ପ୍ରତି ସମବେଦନା ଜଣାଇବା ସହ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛନ୍ତି। ତେବେ ୟୁକ୍ରେନ୍‌ ବିରୋଧରେ ସାମରିକ ଅଭିଯାନ ପୂର୍ବରୁ ଋଷ ରାଷ୍ଟ୍ରପତି ନିଜ ଦେଶର ନାଗରିକରଙ୍କୁ ବିରୋଧ ନକରିବା ପାଇଁ ଚେତାବନୀ ଦେଇଥିଲେ।

Also Read  ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ : ପ୍ରାଇଭେଟ୍ ପାର୍ଟରେ ସିଗାରେଟ ଚେଙ୍କ