କପାଳରେ ଛୋଟ ଛୋଟ ବ୍ରଣ ହୋଇଛି କି ? ଏହି ୭ଟି ଘରୋଇ ଉପାୟ କରନ୍ତୁ , ସୁଫଳ ମିଳିବ….

0
884

ଭୁବନେଶ୍ୱର (ସୁକନ୍ୟା ସୂର୍ଯ୍ୟଷ୍ପଦା ପଟ୍ଟନାୟକ) : କପାଳ ଉପରେ ଛୋଟ ଛୋଟ ବ୍ରଣ ଗୁଡ଼ିକ ଏହି ସହଜ ଉପାୟରେ ଭଲ ହୋଇପାରିବ । କିଛି ଦିନ ମଧ୍ୟରେ ଆପଣଙ୍କର ବ୍ରଣ ଦୂର ହୋଇଯିବ ।

କପାଳ ଉପରେ ବିଭିନ୍ନ କାରଣରୁ ବ୍ରଣ ହୋଇଥାଏ । ସବୁବେଳେ ସଫାସୂତରା ଧ୍ୟାନ ନରଖିଲେ, ହରମୋନର ପରିବର୍ତ୍ତନ ହେବା ଏବଂ ମାନସିକ ଦୁଶ୍ଚିନ୍ତା କାରଣରୁ କପାଳ ଉପରେ ଛୋଟ ଛୋଟ ବ୍ରଣ ହୋଇଥାଏ । କପାଳରେ ହୋଇଥିବା ଏହି ବ୍ରଣ ଗୁଡ଼ିକର ମୁହଁର ଉପର ଚର୍ମର ଠିକ ତଳେ ହିଁ ରହିଥାଏ । ଯାହା ବାନ୍ଧି ହୋଇ ଉପରକୁ ଉଠି ଯାଇ ବ୍ରଣ ପରି ଦେଖାଯାଏ । ଏହି ବ୍ରଣ ଯୋଗୁ ମୁହଁ ବହୁତ ଖରାପ ଦେଖାଯାଏ । ଯେଉଁଥିପାଇଁଁ ଲୋକମାନେ ଏହି ସମସ୍ୟାରୁ ମୁକ୍ତିି ପାଇବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ସେମାନେ କୌଣସି ଠିକ ଉପାୟ ଜାଣିନଥାନ୍ତି । ଆପଣ ବି ଏହି ବ୍ରଣରୁ ଯଦି ଚିନ୍ତିତ ଅଛନ୍ତି, ତାହେଲେ ଏହି ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

୧. କପାଳ ଉପରେ ଘି-କୁଆଁରୀ(ଆଲୋବେରା) ତେଲ ଲଗାଇବା ଦ୍ୱାରା ଲାଭ ମିଳିଥାଏ ।

୨. ଟି ଟ୍ରି ଅଏଲର କିଛି ଠୋପା ପାଣିରେ ମିଶାଇ ତୁଳା ସାହାର୍ଯ୍ୟରେ ତାକୁ କପାଳ ଉପରେ ଲଗାନ୍ତୁ ।

୩. ଲେମ୍ବୁ ରସର କିଛି ଟୋପାକୁ ସିଧା କପାଳ ଉପରେ ହୋଇଥିବା ବ୍ରଣ ଉପରେ ଲଗାନ୍ତୁ ଏବଂ ୫ ମିନିଟ ରଖିବା ପରେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କିଛି ସମୟ ଜଳାପୋଡ଼ା ହୋଇପାରେ । ହେଲେ କପାଳ ଉପରେ ହୋଇଥିବା ବ୍ରଣରୁ ମୁକ୍ତି ମିଳିପାରିବ ।

୪.ତରଭୁଜର ଗୋଟିଏ ଖଣ୍ଡକୁ ରାତିରେ ଶୋଇବା ପୂର୍ବରୁ କପାଳ ଉପରେ ଘସନ୍ତୁ । ସକାଳୁ ଉଠି ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କର ବ୍ରଣଗୁଡ଼ିକ ଦୂର ହୋଇଯିବ ଏବଂ ଚର୍ମ କୋମଳ ହୋଇଯିବ ।

୫. ବେସନ ଓ ବାଦାମ ପାଉଡର ସମାନ ମାତ୍ରାରେ ନେଇ କରି ସେଥିରେ ଚିମୁଟାଏ ହଳଦୀ ମିଶାନ୍ତୁ ଏବଂ ସେଥିରେ ଆବଶ୍ୟକ ମୁତାବକ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ କପାଳରେ ଲଗାଇବାର ୧୫ ମିନିଟ ପରେ ଧୋଇ ଦିଅନ୍ତୁ । ଫଳରେ ଆପଣଙ୍କର ବ୍ରଣ କମିଯିବ ।

୬. ଆଲୋବେରା ଜେଲରେ କିଛି ଟୋପା ଟି ଟ୍ରି ଅଏଲ ମିଶାଇ କପାଳ ଉପରେ ପ୍ରତି ରାତିରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯିବ । ଏହାକୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଧୋଇ ନେବା ଦରକାର । ଯେଉଁ ପର୍ଯ୍ୟନ୍ତ ଏହି ବ୍ରଣ ଆପଣଙ୍କ କପାଳରୁ ନଯାଇଛି, ସେପର୍ଯ୍ୟନ୍ତଏହାକୁ ବ୍ୟବହାର କରନ୍ତୁ ।

Also Read  Prez for imparting of quality education

୭. ମୁହଁକୁ ପ୍ରତି ସପ୍ତାହରେ ଥରେ ସ୍କ୍ରବ ମାଧ୍ୟମରେ ସଫା କରନ୍ତୁ । ଆପଣ କଫି ମାଧ୍ୟମରେ ବି ସ୍କ୍ରବ କରିପାରିବେ ।