ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କିଛି ଏମିତି କହିଲେ ରାହୁଲ ଗାନ୍ଧୀ

0
415
rahul-gandhi-reacts-to-assembly-election-results-of-five-states

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ଫଳାଫଳକୁ ଦେଖିଲେ ଯାହା ଜଣାପଡୁଛି ଚାରୋଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ଗୋଟିଏ ରାଜ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ । ମାତ୍ର ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ବିଧାନସଭା ଫଳାଫଳ ସ୍ପଷ୍ଟ ହେବା ପରେ ଆସିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ ଆମେ ଜନାଦେଶକୁ ଗ୍ରହଣ କରୁଛୁ। ଯେଉଁମାନେ ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ଅଭିନନ୍ଦନ। ମୁଁ ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ଧନ୍ୟବାଦ ଦେଉଛି । ଆମେ ଏହି ନିର୍ବାଚନ ଫଳାଫଳରୁ ଶିକ୍ଷା ଗ୍ରହଣ କରି ଭାରତର ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ ଜାରି ରଖିବୁ ।

ପଞ୍ଜାବ ଏବଂ ଗୋଆରେ କଂଗ୍ରେସ ବିଜୟର ଆଶାବାଦୀ ଥିଲା। କିନ୍ତୁ ଏହି ଦୁଇ ରାଜ୍ୟରେ ମଧ୍ୟ ଦଳକୁ ନିରାଶ ହେବାକୁ ପଡ଼ିଛି । କଂଗ୍ରେସ ଟୁଇଟ୍ କରି କହିଛି ଯେ ଗଣତନ୍ତ୍ରରେ ଜନତାର ବିବେକ ଏବଂ ଜନତାର ଆଦେଶ ସର୍ବୋପରି। ଆଜିର ଜନାଦେଶକୁ ସମ୍ମାନ ଦେବାବେଳେ, ଆମେ ଲୋକମାନଙ୍କୁ କୃତଜ୍ଞତା ଜଣାଉଛୁ | ଦରବୃଦ୍ଧି, ବେକାରୀ, ସରକାରୀ ସମ୍ପତ୍ତି ନିଲାମ, ବୁଲା ଗୋରୁ, ମହିଳାଙ୍କ ଉପରେ ଅତ୍ୟାଚାର, ଦଳିତ ଏବଂ ଜନସାଧାରଣଙ୍କ ପ୍ରକୃତ ପ୍ରସଙ୍ଗ ଉପରେ ଆମର ସଂଗ୍ରାମ ଜାରି ରହିବ।

Also Read  ଟ୍ୟୁସନ ସାରି ଫେରିବା ବେଳେ ଧକ୍କା ଦେଲା ହାଇୱା, ନବମ ଶ୍ରେଣୀ ଛାତ୍ରୀ ମୃତ