ଭାରତଠାରୁ ସହାୟତା ଆଶାରେ ରୁଷ

0
813

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଲଗାଯାଇଥିବା କଟକଣା ଯୋଗୁଁ ବୋଇଂ ଏବଂ ଏୟାରବସ୍‍ ଆଦି କମ୍ପାନୀ ରୁଷକୁ ବିମାନ ଯନ୍ତ୍ରାଂଶ ଯୋଗାଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏବେ ଏ କ୍ଷେତ୍ରରେ ରୁଷ ଭାରତର ସହାୟତା ଲୋଡିଛି । ନିଜର ପୁରୁଣା ବନ୍ଧୁ ଭାରତ ତାକୁ ସହାୟତା କରିବ ବୋଲି ରୁଷ ଆଶା ପୋଷଣ କରିଛି।

ଚୀନ୍ ରୁଷର ବିମାନ ଚଳାଚଳ ସଂସ୍ଥାଗୁଡିକୁ ବିମାନ ଯନ୍ତ୍ରାଂଶ ଦେବାକୁ ମନା କରିଦେବା ପରେ ଏବେ ରୁଷ ଭାରତଠାରୁ ସହାୟତାର ଆଶା ରଖିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଲଗାଯାଇଥିବା କଟକଣା ପରିପ୍ରେକ୍ଷୀରେ ଚୀନ ଏଭଳି ନିଷ୍ପତ୍ତି ନେଇଛି ଏବଂ ଏହାଦ୍ୱାରା ରୁଷର ଯାତ୍ରୀବାହୀ ବିମାନ ସେବା ପ୍ରତି ବିପଦ ଦେଖାଦେଇଥିବା ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରୁଷର ଫେଡେରାଲ୍ ବିମାନ ସଂସ୍ଥାର ଜଣେ ଅଧିକାରୀ ଭାଲେରୀ କୁଡିନୋଭ କହିଛନ୍ତି ଯେ ଚୀନ୍ ମନା କରିବା ପରେ ରୁଷ ବର୍ତ୍ତମାନ ଭାରତ ଏବଂ ତୁର୍କୀ ଭଳି ଦେଶରୁ ସାହାଯ୍ୟ ଆଶା କରୁଛି।

Also Read  India reports 12,885 new Covid +Ve cases and 461 deaths