ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ନେଇ ପୋଲିସ ଏଏସଆଇ ସମେତ ୪ ଗିରଫ

0
522
police-asi-among-4-arrested-for-ganja-smuggling

ମାଲକାନଗିରି: ଗଞ୍ଜେଇ ରାକେଟରେ ରହିଥିଲେ ପୋଲିସ ବାବୁ । ଗଞ୍ଜେଇ ଚୋରା ଚାଲାଣରେ ପୋଲିସ କରୁଥିଲା ସହଯୋଗ । ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ଗିରଫ ପୋଲିସ ଏଏସଆଇ । ମାଲକାନଗିରି ଜିଲ୍ଲା ମାଥିଲି ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ ହୋଇଛନ୍ତି । ଅଭିଯୁକ୍ତ ଗଞ୍ଜେଇ ମାଫିଆଙ୍କ ପାଖରୁ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି । ୧୦ହଜାର ଟଙ୍କା, ଗୋଟିଏ ଲାପଟପ୍ ଓ ଦୁଇଟି ମୋଟର ସାଇକେଲ୍ ଜବତ ହୋଇଛି ।

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଏଏସଆଇ ଜୟଦାଶ ଖରାଙ୍କ ସଂପୃକ୍ତି ଅଭିଯୋଗରେ ମାଲକାନଗିରି ପୋଲିସ ଗୋଟିଏ ସ୍ପେଶାଲ୍ ସ୍କ୍ୱାଡ୍ ଗଠନ କରିଥିଲା । ଗିରଫ ୪ ଅଭିଯୁକ୍ତ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଅଧିକ ଖୋଳତାଡ ଚଳାଇଛି ମାଲକାନଗିରି ପୋଲିସ ।

Also Read  ଦୀପାବଳି ପରେ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା : ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ କେବେ ? ଜାଣନ୍ତୁ....