ରାଜଧାନୀରେ ନିର୍ବାଚନୀ ହିଂସା, ଥାନା ଆଗରେ ସଂଘବଦ୍ଧ ଆକ୍ରମଣ

0
338
electoral-violence-in-bhubaneswar

ଭୁବନେଶ୍ୱର: ପୌର ନିର୍ବାଚନ ପୂର୍ବରୁ ରାଜଧାନୀରେ ନିର୍ବାଚନୀ ହିଂସା । ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଆଗରେ ହିଂସାକାଣ୍ଡ । ପୋଷ୍ଟର ଚିରାକୁ ନେଇ ବିଜେଡି ଓ ବିଜେପି କର୍ମୀ ଥାନା ଆଗରେ ପରସ୍ପରକୁ ଆକ୍ରମଣ କରିଛନ୍ତି । ସିସିଟିଭ ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି କମିସନରେଟ୍ ପୁଲିସ ।

ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ସାମ୍ନା ପାଲଟିଥିଲା ରଣକ୍ଷେତ୍ର । ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ପୋଷ୍ଟର ଚିରାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହାପରେ ରାସ୍ତା ଅବରୋଧ ଏବଂ ବିଳମ୍ବିତ ରାତିରେ ଏହା ଉଗ୍ର ରୂପ ଧାରଣ କରିଥିଲା । ୩୩ ନମ୍ବର ୱାର୍ଡ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ସ୍ୱାମୀ ଓ ସଂପର୍କୀୟଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକମ୍ରଣ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଜେପି କର୍ମୀ ଆକ୍ରମଣ କରିଥିବା ନେଇ ପାଲଟା ଅଭିଯୋଗ ଆଣିଛି ବିଜେଡି । ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

Also Read  Dy Labour Commissioner Caught Red handed, talking bribe

LEAVE A REPLY

Please enter your comment!
Please enter your name here