ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

0
593

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ସମେତ ଏକକାଳୀନ ୬ଟିସ୍ଥାନରେ ରେଡ୍ ଚାଲିଛି । ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୫ ଜଣ ଡିଏସ୍‌ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Also Read  ମୋ ଇସ୍ତଫା ପତ୍ର ସୋନିଆ ଗାନ୍ଧିଙ୍କ ପାଖରେ ପଡ଼ି ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ