ଆରବିଆଇ ଲଞ୍ଚ୍ କଲା ‘ୟୁପିଆଇ ୧୨୩ ପେ’: ଏଥର ବିନା ସ୍ମାର୍ଟଫୋନ୍ ଓ ଇଣ୍ଟରନେଟରେ କରିହେବ ଡିଜିଟାଲ ପେମେଣ୍ଟ

0
562
RBI launches UPI 123Pay for instant digital payments using feature phones

ନୂଆଦିଲ୍ଲୀ: ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର | ଡିଜିଟାଲ୍ ପେମେଣ୍ଟ୍ କରିବା ପାଇଁ ଏବେ ଆଉ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଦରକାର ପଡ଼ିବ ନାହିଁ | ଫିଚର ଫୋନରୁ ଆପଣ ଡିଜିଟାଲ୍ ପେମେଣ୍ଟ ମଧ୍ୟ କରିପାରିବେ | ଆମ ଦେଶରେ ଏପରି କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ଫିଚର ଫୋନ୍ ବ୍ୟବହାର କରନ୍ତି | ଏଭଳି ଲୋକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ବଡ଼ ସୁବିଧା ଆଣିଛି। ମଙ୍ଗଳବାର ଆରବିଆଇ ଫିଚର୍ ଫୋନ୍ ପାଇଁ ଆରବିଆଇ ୟୁପିଆଇ ଆଧାରିତ ପେମେଣ୍ଟ ବ୍ୟବସ୍ଥା ‘ୟୁପିଆଇ ୧୨୩ ପେ’ ଲଞ୍ଚ କରିଛି | ଏହା ସହିତ ଦେଶର ୪୦ କୋଟି ଫିଚର୍ ଫୋନ୍ ବ୍ୟବହାରକାରୀ ସହଜରେ ଡିଜିଟାଲ୍ ପେମେଣ୍ଟ କରିବାକୁ ସକ୍ଷମ ହେବେ ।

ମଙ୍ଗଳବାର ଏକ ଟୁଇଟ୍‌ରେ ଆରବିଆଇ କହିଛି ଯେ ଫିଚର ଫୋନ୍ ପାଇଁ ୟୁପିଆଇ ସୁବିଧା ୟୁପିଆଇ୧୨୩ ପେ ଏବଂ ଡିଜିଟାଲ ପେମେଣ୍ଟ ପାଇଁ ୨୪ * ୭ ହେଲ୍ପଲାଇନ – ଡିଜିସାଥୀ ମଧ୍ୟ ଆରମ୍ଭ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ବର୍ଷ ଡିସେମ୍ବରରେ ଫିଚର ଫୋନ୍ ପାଇଁ ଏକ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ୟୁପିଆଇ ଦେଶରେ ଏକ ଲୋକପ୍ରିୟ ପେମେଣ୍ଟ ସିଷ୍ଟମ ଭାବରେ ଉଭା ହୋଇଛି | ୟୁପିଆଇ ର ସମ୍ପୂର୍ଣ୍ଣ ନାମ ହେଉଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ |

ଫିଚର୍ ଫୋନ୍ ଗୁଡ଼ିକରେ ସ୍ମାର୍ଟଫୋନ୍ ଭଳି ସୁବିଧା ନଥାଏ | ଏଗୁଡିକ ବଜାରରେ ବହୁତ କମ୍ ମୂଲ୍ୟରେ ଉପଲବ୍ଧ | ଫିଚର ଫୋନରେ କଲ୍ ଏବଂ ମେସେଜ୍ କରିବାର ସୁବିଧା ଅଛି | ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଦେଶରେ ଆର୍ଥିକ ସୁବିଧାର ପରିସରକୁ ଆହୁରି ବ୍ୟାପକ କରିବା ପାଇଁ ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ଡିଜିଟାଲ୍ ପେମେଣ୍ଟର ମୁଖ୍ୟ ସ୍ରୋତକୁ ଆଣିବା ଆବଶ୍ୟକ |

Also Read  Bombay HC asks ACB not to act till March 4 on order for FIR against ex-Sebi chief Buch, 5 others