ଭିଜିଲାନ୍ସ ଜାଲରେ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ

0
630

କଟକ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ | ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ରେଡ ହୋଇଛି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ ଚାଲିଛି | ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି କଟକର ମହାନଦୀ ବିହାରରେ ଥିବା ଦୁଇ ମହଲା ଘର, ନେମାଳରେ ଥିବା ପୈତୃକ ବାସଭବନ, ଗଣ୍ଡରପୁରରେ ଥିବା ଅଫିସ ସହ ତାଙ୍କ ପତ୍ନୀଙ୍କ ନାମରେ ପାହାଳରେ ଥିବା ଏକ ଫ୍ଲାଟରେ ଭିଜିଲାନ୍ସ ଚଢ଼ାଉ ଚାଲିଛି | ୪ ଜଣ ଡ଼ିଏସପି ଓ ୮ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି | ଏହି ଚଢ଼ାଉ ସମୟରେ ବିପୁଳ ଟଙ୍କା ଓ ସୁନା ଗହଣା ଜବତ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି |

Also Read  ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ