୩ ଦିନ ନିଖୋଜ ହେବା ପରେ କୂଅରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ

0
480
body of the young man was recovered from the well after three days of disappearance

ଯାଜପୁର: ଦୀର୍ଘ ୩ ଦିନ ନିଖୋଜ ପରେ ଆଜି ମିଳିଲା ଯୁବକଙ୍କ ମୃତଦେହ । ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଳା ଯଖପୁରା ଥାନା ଅଞ୍ଚଳରେ । ମୃତକ ଜଣକ ଅସନବାହାଳୀ ଗ୍ରାମର ବେଣୁଧର ବେହେରାଙ୍କ ପୁଅ ବିଦ୍ୟାଧର ବେହେରା(୨୮) ବୋଲି ଜଣାପଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବିଦ୍ୟାଧର ଗତ ତିନି ଦିନ ହେବ ନିଖୋଜ ଥିଲେ। ତାଙ୍କୁ କେହି ହତ୍ୟା କରିବା ପରେ ମୃତଦେହକୁ କୂଅ ଭିତରେ ପକାଇଛନ୍ତି। ଏନେଇ ବିଦ୍ୟାଧରଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି କୂଅ ଭିତରୁ ମୃତଦେହ ଉଦ୍ଧାର କରିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Also Read  ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ