ଖରସ୍ରୋତା ନଦୀରେ ବୁଡି ନିଖୋଜ ଘଟଣା : ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର

0
581
jajpur drowning-case-6 deadbody recovered

ଯାଜପୁର: ଯାଜପୁର ଜିଲ୍ଲା ବଡ଼ସୁଆର ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଭାସିଯାଇଥିବା ସମସ୍ତ ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ବନ୍ଧମୁଣ୍ଡା ନଦୀ ଭିତରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ ଜେନା ଓରଫ୍‌ ବବ୍‌ଲୁ। ଶୁକ୍ରବାର ଶୁଭମ୍‌ ଜେନା ଓ ସମ୍ବିତ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ରଶ୍ମିରଂଜନ ଜେନା, କରଣ ଜେନା ଓ କୃଷ୍ଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଶୁକ୍ରବାର ଖରାବେଳେ ବନ୍ଧମୁଣ୍ଡା ଗାଁର ରଶ୍ମିରଂଜନ ଜେନା, କରଣ ଜେନା, କୃଷ୍ଣ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁର ଟାଉନ୍‌ର ସମ୍ୱିତ ଜେନା ଗାଧୋଇବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ। ମଙ୍ଗଳାଘାଟରେ ଗାଧୋଉଥିବା ବେଳେ ଗଣ୍ଡ ଭିତରକୁ ଚାଲି ଯାଇଥିଲେ। ହେଲେ ଆଉ ବାହାରି ପାରିନଥିଲେ। ସେପଟେ ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ। ହେଲେ କାହାରିକୁ ପାଇନଥିଲେ। କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ଗାଁ ଲୋକେ ୧୭ ବର୍ଷୀୟ ଯୁବକ ଅମିତ ଜେନାକୁ ଉଦ୍ଧାର କରିଥିଲେ। ୬ଜଣଙ୍କ ମୃତଦେହ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

Also Read  କରୋନା ମହାମାରୀର କ୍ଷତି କେବେ ଭରଣ ହେବ?