କୋଟିଆ ମାମଲାରେ ଓଡ଼ିଶାର ବଡ଼ ବିଜୟ; ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ

0
1067
Supreme court dismisses-plea-of-andhra-government-on-kotia-panchayat-election

ନୂଆଦିଲ୍ଲୀ: କୋଟିଆରେ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଆନ୍ଧ୍ରକୁ ଲାଗିଛି ବଡ ଝଟକା । ଆନ୍ଧ୍ରର ପିଟିସନକୁ ଖାରଜ କଲେ ମାନ୍ୟବର ସୁପ୍ରିମକୋର୍ଟ । ଏଥର କୋଟିଆରେ ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଛି ଓଡ଼ିଶା । ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆନ୍ଧ୍ର । ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ପାଇଁ ଆନ୍ଧ୍ର ଅପିଲ୍ କରିଥିଲା । ଏହାସହିତ କୋଟିଆ ଆନ୍ଧ୍ରର ବୋଲି ସେଠାକାର ନିର୍ବାଚିତ ପ୍ରତିନିଧି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହୋଇଥିଲା। ଉଭୟ ପକ୍ଷର ମତ ଶୁଣିବା ପରେ ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି।

କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ପିଟିସନରେ ଅପିଲ୍ ହୋଇଥିଲା । ଆନ୍ଧ୍ରର ପିଟିସନର କଡ଼ା ଜବାବ ଦେଇଥିଲା ଓଡ଼ିଶା । କୋଟିଆ ଓଡ଼ିଶାର ଏବଂ ଓଡ଼ିଶା ଏଥର ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଥିବା କୋର୍ଟଙ୍କୁ ଜଣାଇଥିଲା । ଉଭୟପକ୍ଷକୁ ଶୁଣିବା ପରେ ଆନ୍ଧ୍ରର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଷଡ଼ଯନ୍ତ୍ରକୁ ବଡ଼ ଝଟକା ମିଳିଛି ।

Also Read  ବାତ୍ୟା ଅସାନୀ ଆଣିବ ବର୍ଷା, ପବନ; ମେ’ ୧୦ରେ ୩ଜିଲ୍ଲା ଏବଂ ୧୧ରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

LEAVE A REPLY

Please enter your comment!
Please enter your name here