ପୁଣି ବିଗିଡିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା, ଏୟାର ଆମ୍ବୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

0
208
Lalu's Second Daughter To Donate Kidney To Her Father
Lalu's Second Daughter To Donate Kidney To Her Father

ପାଟନା: ପୁଣି ବିଗିଡିଲା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଢ଼ିବାରୁ ଆଜି ସନ୍ଧ୍ୟାରେ ତାଙ୍କ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯିବ । ଲାଲୁ ଯାଦବ ଆଜି ସନ୍ଧ୍ୟା ୩ରୁ ୫ ମଧ୍ୟରେ ଦିଲ୍ଲୀ ଏମ୍ସ ଯିବେ । ଯାହା ପଳରେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯିବ । ତାଙ୍କର କ୍ରିଏଟିନିନ୍ ସ୍ତର ୪.୧ ରୁ ବଢି ୪.୬ ରେ ପହଞ୍ଚିଯାଇଛି । ଲାଲୁଙ୍କ ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ରୀମ୍ସ ମେଡିକାଲ ବୋର୍ଡର ଏକ ଜରୁରୀକାଳୀନ ବୈଠକ ଡକାଯାଇଛି ।

ଏହା ପୂର୍ବରୁ ୨୧ ଫେବ୍ରୁଆରୀ ଲାଲୁ ପ୍ରସାଦ ଯାଦବଙ୍କୁ ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଞ୍ଚିର ସ୍ବତନ୍ତ୍ର ସିବିଆଇ ଅଦାଲତ ସୋମବାର ଦିନ ୬୦ ଲକ୍ଷ ଟଙ୍କାର ଜରିମାନା ସହ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସବୁଠାରୁ ବଡ଼ ମାମଲା ଥିଲା । ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହୁଯାଇଛି । ସିବିଆଇ ତରଫରୁ କହୁଯାଇଥିଲା କି ଲାଲୁ ଯାଦବ ଯେତେବେଳେ ଅର୍ଥ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରହିଥିଲେ ସେ ସମୟରେ ଏହି ସବୁ ହୋଇଥିଲା ।

Also Read  ପୁଣି ସମସ୍ୟା ଘେରରେ ଲାଲୁ ଯାଦବ; ଏକ ନୂଆ ମାମଲାରେ ଲାଲୁଙ୍କ ଘରେ ସିବିଆଇ ଚଢଉ

LEAVE A REPLY

Please enter your comment!
Please enter your name here