ମଝି ନଦୀରେ ଡଙ୍ଗାରେ ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୪ ମୃତ

0
638
gas cylinder explosion-in-boat-four-died in patna

ପାଟନା: ମଝି ନଦୀରେ ଡଙ୍ଗାରେ ହେଲା ବିସ୍ଫୋରଣ। ବିସ୍ଫୋରଣ ପରେ ଘଟଣାସ୍ଥଳରେ ହିଁ ଚାଲିଗଲା ୪ ଜଣଙ୍କ ଜୀବନ। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଘଟଣା ଘଟିବା ସମୟରେ ଡଙ୍ଗାରେ ପ୍ରାୟ ୨୦ ଜଣ ଲୋକ ଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ବେଆଇନ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ପରିବହନ କରାଯାଉଥିଲା। ଏହି ସମୟରେ ବାଲି ପରିବହନରେ ନିୟୋଜିତ ଲୋକଙ୍କ ପାଇଁ ଡଙ୍ଗାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବାବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ବିସ୍ଫୋରଣ ହୋଇଥିବା ପୁଲିସ କହିଛି।

Also Read  District Police red-handedly arrest 7 members of an inter-state dacoit gang in Sambalpur, Odisha