ଢେଙ୍କାନାଳରେ ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର

0
522
passenger-bus-overturned-in-dhenkanal

ଢେଙ୍କାନାଳ: ଭାରସାମ୍ୟ ହରାଇ ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଛି। ଫଳରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବସ୍ ରେ ମୋଟ ୪୫ ଜଣ ଯାତ୍ରୀ ଥିବାବେଳେ ବସ୍ ଟି ଦ୍ରୁତ ବେଗରେ ଯାଉଥିଲା । ଯେଉଁଥିପାଇଁ ଭାରସାମ୍ୟ ହରାଇ ବସ୍ ଟି ରାସ୍ତା କଡରେ ଓଲଟି ପଡିଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀଙ୍କ କହିଛନ୍ତି । ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Also Read  ଅଶାନ୍ତ ଆମେରିକା: ଉତ୍ସବ ଚାଲିଥିବା ବେଳେ ଗୁଳିମାଡ, ତିନି ଜଣଙ୍କ ମୃତ୍ୟୁ, ୨୪ ଘଣ୍ଟାରେ ୯ଟି ସ୍ଥାନରେ ଆକ୍ରମଣ