ସୋସିଆଲ ମିଡିଆରେ ‘ଦ କଶ୍ମୀର ଫାଇଲ୍ସ’ କୁ ନେଇ କମେଣ୍ଟ କରି ଫସିଲେ ଯୁବକ

0
967

ନୂଆଦିଲ୍ଲୀ: ‘ରାମ ଓ କୃଷ୍ଣ ମୁଁ କାହାକୁ ବିଶ୍ୱାସ କରେ ନାହିଁ, ମୁଁ ଜଣେ ନାସ୍ତିକ … ’ବୋଲି ଗୋକୁଲପୁରର ନିବାସୀ ରାଜେଶ ନାମକ ଜଣେ ଦଳିତ ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ନେଇ ବିବାଦ ‌ଦେଖାଇ ଦେଇଥିଲା। ଏହାପରେ ଗାଁର କିଛି ଲୋକ ରାଜେଶଙ୍କୁ ମନ୍ଦିରକୁ ଡାକି ନେଇଥିଲେ। ସେଠାରେ ତାଙ୍କ ନାକ ଘଷି କ୍ଷମା ମାଗିବାକୁ କହିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଛି।

ଦଲିତ ଯୁବକ ରାଜେଶ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଉପରେ ଏକ ପ୍ରତିକ୍ରିୟା ଦେଇ ଲେଖିଥିଲେ, କେବଳ ଦେଶରେ ପଣ୍ଡିତଙ୍କ ଉପରେ ଅତ୍ୟାଚାର ହୋଇଥିଲା କି? ଦଳିତଙ୍କ ସହିତ ହେଉଥିବା ଅତ୍ୟାଚାର କାହିଁକି ନଜରକୁ ଆସୁନାହିଁ। ରାଜେଶ ଏକ ଘରୋଇ ବ୍ୟାଙ୍କରେ ଜଣେ ସେଲସ ମ୍ୟାନେଜର ଭାବେ କାମ କରନ୍ତି। ଦଲିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ୪ ଦିନ ପୂର୍ବରୁ ସୋସିଆଲ ମିଡିଆରେ ସେ ଏକ ପ୍ରତିକ୍ରିୟା ଦେଇଥିଲେ। ଏହି ପ୍ରତିକ୍ରିୟାକୁ ନେଇ ଗାଁର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ।

ପୀଡ଼ିତ ରାଜେଶ କହିଛନ୍ତି ଯେ ‘ମୁଁ ଲୋକଙ୍କ ଭାବନାକୁ ଆଘାତ ଦେଇ ନାହିଁ। ଏଥିପାଇଁ ମୁଁ ଦୁଇଥର କ୍ଷମା ମାଗିଛି, କିନ୍ତୁ ଗାଁର ୨ ଜଣ ଲୋକ ମୋତେ ବାଧ୍ୟ କରି ମନ୍ଦିରକୁ ଡାକି ମୋତେ କ୍ଷମା ମଗାଇବା ସହିତ ନାକକୁ ରଗଡ଼ିବାକୁ କହିଥିଲେ। ଏହି ଘଟଣାର ସେମାନେ ଭିଡିଓ ବି ପ୍ରସ୍ତୁତ କରିଥିଲେ।

Also Read  ଦେଶରେ କୋଭିଡ୍‌ କ୍ଷତିଭରଣା ପାଇଁ ଲାଗିବ ଆହୁରି ୧୫ ବର୍ଷ: RBI ରିପୋର୍ଟ