ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ପରଲୋକ

0
421
ex-minister and congress-leader ripunath-seth-passes-away

ବରଗଡ଼: ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ ହୋଇଛି । ୬୭ ବର୍ଷ ବୟସରେ  ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏକ ଘରୋଇ ହସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ଆଜି ସକାଳେ ରିପୁନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରିପୁନାଥଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଥିବା ସମୟରେ ସେ ଗଣଶିକ୍ଷା ମନ୍ତ୍ରୀ ଥିଲେ। ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ବେଶ୍‌ ପରିଚିତ ଥିଲେ ରିପୁନାଥ ।

Also Read  ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ତିନି ପର୍ଯ୍ୟଟକ; ଜଣେ ମୃତ, ଦୁଇ ଉଦ୍ଧାର