ଚତୁର୍ଥ ଦିନରେ ‘ଆର୍‌ଆର୍‌ଆର୍‌’ କଲେକ୍ସନ

0
694

ମୁମ୍ବାଇ: ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଅଭିନୀତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ହଲ୍ଲା ମଚାଇବାରେ ଲାଗିଛି। ଆନ୍ଧ୍ର ଓ ତେଲେଙ୍ଗାନାରେ ଚଳଚ୍ଚିତ୍ରଟି ତୃତୀୟ ଦିନରେ ପହଞ୍ଚିଥିବା ବେଳେ କଲେକ୍ସନ ହୋଇଛି ପ୍ରାୟ ୨୦ କୋଟି। ତେବେ ତେଲୁଗୁ ଭାଷାବାସୀ ଅଞ୍ଚଳରେ ଏହାର ବେପାର ୧୨୫.୭୫ କୋଟି ହୋଇଛି। ମାର୍ଚ ୨୫ ତାରିଖରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୭୪.୧୧ କୋଟି ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୩୧.୬୩ କୋଟି ବେପାର କରିଛି। ସେହିପରି ତୃତୀୟ ଦିନର ୨୦ କୋଟି ବେପାରକୁ ଲଗାଇ ଚଳଚ୍ଚିତ୍ରଟି ପ୍ରାୟ ୧୨୫.୭୪ କୋଟି ରୋଜଗାର କରିଥିବା ବିଶେଷ ସୂତ୍ରରୁ ସୂଚନା ରହିଛି।

ଏହାର ହିନ୍ଦୀ ଭର୍ସନ ବିଶେଷ ଭଲ ବେପାର କରି ପାରିନାହିଁ। ମାତ୍ର ଚଳଚ୍ଚିତ୍ରଟିର ଓଡ଼ିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଗୁଜୁରାଟ ପରି ଦକ୍ଷିଣାଞ୍ଚଳରେ ଏହି ଚଳଚ୍ଚିତ୍ରଟିର ବେଶ୍‌ ଭଲ ଲୋକପ୍ରିୟତା ଦେଖିବାକୁ ମିଳିଛି। ଏଥିରେ ରାମଚରଣ ଓ ଜୁନିୟର ଏନଟିଆର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ବେଳେ ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅଲିଭିଆ ମରିସ୍ ଏବଂ ନାୟିକା ଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ। ଡିଭିଭି ଦାନାୟାଙ୍କ ପ୍ରଯୋଜିତ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରଟି ଗତବର୍ଷ ଅକ୍ଟୋବର ୧୩ ତାରିଖ ଅର୍ଥାତ୍ ଦଶହରାରେ ରିଲିଜ୍ କରିବାକୁ ତାରିଖ ନିର୍ଦ୍ଧାରିତ ହେଇଥିଲେ ମଧ୍ୟ ନିର୍ଦ୍ଦେଶକ ରାଜାମୌଲୀଙ୍କ ପରାମର୍ଶ କ୍ରମେ ଏହାର ପ୍ରଯୋଜକ ସିନେମାଟିର ରିଲିଜ୍‌ ତାରିଖ ଘୁଞ୍ଚାଇଥିଲେ।

Also Read  ଅଧିକ ଯୌତୁକ ପାଇଁ ବଧୂହତ୍ୟା; ଶ୍ଵଶୁର ଅଟକ, ପୋଲିସର ତଦନ୍ତ ଜାରି