ରାଜ୍ୟରେ ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ

0
383
little change in morning-school-time-teble in odisha

ଭୁବନେଶ୍ବର: ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ସରକାର । ରାଜ୍ୟରେ ଏପ୍ରିଲ୍‌ ୨ ତାରିଖରୁ ସକାଳୁଆ ସ୍କୁଲ୍ କରିବା ପାଇଁ ଗତକାଲି ସରକାର ଘୋଷଣା କରିଥିବା ବେଳେ ଆଜି ଏହାର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ଗତକାଲି ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ ଏବେ ୬.୩୦ରୁ ୧୦ଟା ପରିବର୍ତ୍ତେ ୧୦.୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ପାଠପଢ଼ିବେ । ସେହିପରି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭାଗ କହିଥିବା ବେଳେ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ୭ଟାରୁ ୧୧ଟା ପରିବର୍ତ୍ତେ ୧୧.୩୦ ପର୍ଯ୍ୟନ୍ତ ସ୍କୁଲରେ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ।

Also Read  Odisha to get Rs.500 Crore for providing grants to the RLBs