ଜୁନ୍‌ରେ ହେବ ସମବାୟ ନିର୍ବାଚନ; ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

0
170
cooperative-society-election-in-june

ଭୁବନେଶ୍ବର: ଆସନ୍ତା ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ । ଜୁନ୍‌ ୧୨ ତାରଖରୁ ୨୬ ତାରିଖ ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ରାଜ୍ୟର ପ୍ରାଥମିକ ସମବାୟ ସମିତି କମିଟି ସଦସ୍ୟ ନିର୍ବାଚିତ ହେବେ । ରାଜ୍ୟର ୭,୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ। ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି ଓ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ।

ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ରାଜ୍ୟରେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାଥମିକ ସମବାୟ ସୋସାଇଟିରେ ଜୁନ୍ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଆଗାମୀ ୩୫ ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ, ଯାଂଚ, ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ।

Also Read  Panchayat Polls: BJP national president Amit Shah congratulates Odisha people for support for BJP

LEAVE A REPLY

Please enter your comment!
Please enter your name here