କ୍ରିସଙ୍କୁ ଚାପୁଡା ମାରିବା ୱିଲଙ୍କ କ୍ୟାରିଅରରେ ପଡିଲା ପ୍ରଭାବ

0
1335

ନୂଆଦିଲ୍ଲୀ : ଓସ୍କାର ୨୦୨୨ ହୁଏତ ଶେଷ ହୋଇଯାଇଛି, କିନ୍ତୁ ଚାପୁଡ଼ା ମାମଲା ପରେ ସୋସିଆଲ ମିଡିଆରେ କ୍ରମାଗତ ଚର୍ଚ୍ଚା ହେଉଛି। କ୍ରିସ୍ ରକଙ୍କୁ ୱିଲ୍ ସ୍ମିଥ କ୍ଷମା ମାଗିସାରିଛନ୍ତି ଏବଂ ଓସ୍କାର ଏକାଡେମୀରୁ ଇସ୍ତଫା ବି ଦେଇଛନ୍ତି। କିନ୍ତୁ ଏହି ବିବାଦ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହା ୱିଲଙ୍କ କ୍ୟାରିଅରକୁ ମଧ୍ୟ ପ୍ରଭାବିତ କରୁଥିବା ଦେଖାଦେଇଛି।

ସୂଚନା ଅନୁସାରେ, ୱିଲ ସ୍ମିଥ ନେଟଫ୍ଲିକ୍ସ ଫିଲ୍ମ ଫାଷ୍ଟ ଆଣ୍ଡ ଲୁଜରେ ନଜର ଆସିଥାନ୍ତେ। କିନ୍ତୁ, ଚାପୁଡ଼ା ବିବାଦ ହେତୁ ତାଙ୍କୁ ଏକ ବଡ଼ ଝଟକା ମିଳିଛି। ଆପଲ୍ ଟିଭି + ଏବଂ ନେଟଫ୍ଲିକ୍ସ ୱିଲଙ୍କ ଫିଲ୍ମ ଫାଷ୍ଟ ଆଣ୍ଡ ଲୁଜ୍ ଉପରେ କାମ ବନ୍ଦ କରି ଦେଇଛନ୍ତି। ତେବେ ନେଟଫ୍ଲିକ୍ସ ଏହି ଫିଲ୍ମରେ କାମ ଆରମ୍ଭ କରିବ ନା ଏହି ଫିଲ୍ମର ମୁଖ୍ୟ ଅଭିନେତା ପରିବର୍ତ୍ତନ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Also Read  ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ରେ ଗୁଳିବିନିମୟ : ସେନାର ୫ ଯବାନ ସହିଦ