ମହାନଗର ନିଗମ ମେୟର ଶପଥ ଗ୍ରହଣ କଲେ ସୁବାସ ସିଂ

0
170

କଟକ: ମହାନଗର ନିଗମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂ । ନବନିର୍ବାଚିତ ମେୟର ଭାବେ ସୁବାସ ଶପଥ ନେଇଛନ୍ତି । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଭୁବନେଶ୍ୱର ଓ ବ୍ରହ୍ମପୁର ପରି କଟକ ମେୟର ପଦ ମଧ୍ୟ ହାତେଇଛି ବିଜେଡି । କଟକର ନୂଆ ମେୟର ଭାବେ ସୁବାସ ସିଂ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇ ସୁବାସ ସିଂ କଟକର ନୂଆ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି ।

କିଛିଦିନ ତଳେ ଶିଶୁ ଭବନ ଆହାର କେନ୍ଦ୍ରରେ ନବ ନିର୍ବାଚିତ କଟକ ମହାନଗର ନିଗମର ମେୟର ସୁବାସ ସିଂ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଆହାର କେନ୍ଦ୍ର ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଥିବାରୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ସେ ଉଦ୍ୟମ କରିବେ ବୋଲି ଶ୍ରୀ ସିଂ କହିଥିଲେ । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦ୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ । ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ।

Also Read  ପୁଣି ୧୪% କମ କରୋନା ଆକ୍ରାନ୍ତ ଚିହ୍ନଟ : ଆଉ ୧୦୫୯ ମୃତ୍ୟୁ

LEAVE A REPLY

Please enter your comment!
Please enter your name here