ରାଜ୍ୟର ୯ ଜିଲାକୁ କାଳବୈଶାଖୀ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

0
429
thunderstorm-warnings-to-17-districts-in-state

ଭୁବନେଶ୍ବର: ରାଜ୍ୟର ୯ ଜିଲାକୁ କାଳବୈଶାଖୀ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ୯ଟି ଜିଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବିଶେଷ କରି କାଳବୈଶାଖୀ ସମୟରେ ଜୋରରେ ପବନ ହେବା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ସମ୍ଭାବନା ରହିଥିବା ଜିଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ। ଏହି ସବୁ ଜିଲାବାସୀ ଶୁକ୍ରବାର ସକାଳ ୮ଟା ୩୦ ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନର ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଛି। ତାତିରୁ ନିସ୍ତାର ମିଳୁନି। ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇଛି। ତାତି ଅଧିକ ବୃଦ୍ଧି ପାଉଥିବାରୁ କାଳବୈଶାଖୀର ସମ୍ଭାବନା ଅଧିକ ରହୁଛି।

Also Read  ୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବିଭ୍ରାଟ ଅଭିଯୋଗ ଆଣିଲା ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ