ରୋଷଘର ଚୁଲି ଭଙ୍ଗା ଘଟଣା ପରେ ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା

0
418
champak-dwadas-rituals-in-srimandira

ପୁରୀ: ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆଜି ରାତିରୁ ଶ୍ରୀମନ୍ଦିରରେ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପୁରୀ ଏସ୍‌ପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିରରେ ଶୋଧ (ମନ୍ଦିର ପହଡ଼ ପଡ଼ିବା ପରେ କେହି ଏହା ପରିସରରେ ରହିଯାଇଥିଲେ,ତାଙ୍କୁ ବାହାର କରିବା କାମ) କାର୍ଯ୍ୟ ଜେଟିପି ମାନେ କରୁଥିଲେ। କିନ୍ତୁ ଜେଟିପି ଷ୍ଟାଫ୍ କମ୍ ଥିବାରୁ ଆଜି ଠାରୁ ସେମାନଙ୍କ ସହିତ ପୁଲିସ୍ କର୍ମଚାରୀ ମିଶି ଶୋଧ କାର୍ଯ୍ୟ କରିବେ। ଯେତେ ଜଣେ ଜେଟିପି ରହିବେ ସେତେ ଜଣ ପୁଲିସ୍ କର୍ମଚାରୀ ବି ରହିବେ। ଜଣେ ପୁଲିସ୍ ଅଫିସର ସେମାନଙ୍କ କାର୍ଯ୍ୟ ତଦାରଖ କରିବେ। ଶୋଧ କାର୍ଯ୍ୟ ଠିକ୍ ଭାବେ କରାଯାଉଥିବା ନେଇ ପୁଲିସ୍ ଅଫିସର ଜଣଙ୍କ ସୁନିଶ୍ଚିତ କରିବେ। ଜିଲ୍ଲାପାଳ ଆହୁରି କହିଛନ୍ତି, ରୋଷଘରେ ସେଦିନ ଡ୍ୟୁଟିରେ ଥିବା ଜେଟିପିଙ୍କୁ ଶୋ-କଜ୍ ନୋଟିସ କରାଯାଇଥିଲା। ସେମାନେ ଶୋ-କଜ୍‌ର ଜବାବ ଦେଇଛନ୍ତି। ଜବାବ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Also Read  Bicentennial celebrations of ‘Paika Rebellion’; Odisha CM announces start of special train named after freedom fighter, Bakshi Jagabandhu