ନୂଆଦିଲ୍ଲୀ : ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ କୌଣସି ସେଲିବ୍ରିଟିଙ୍କଠୁ କମ୍ ନୁହଁନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଫଲୋଅର୍ସ ଅଛନ୍ତି । ସମସ୍ତେ ତାଙ୍କ ଫଟୋ ଏବଂ ଭିଡିଓକୁ ପସନ୍ଦ କରିଥାନ୍ତି । ଏବେ ପଲକ ଦେଶୀ ରୂପରେ ନଜର ଆସିଛନ୍ତି । ପଲକ ତିୱାରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନଜର ଆସୁଛି କି ପଲକ ରେଡ୍ ସୁଟରେ ସୁନ୍ଦର ଲାଗୁଛନ୍ତି ।
ସମସ୍ତେ ତାଙ୍କ ଦେଶୀ ଲୁକ୍ସର ଫ୍ୟାନ୍ସ ହୋଇଯାଇଛନ୍ତି ଏବଂ କମେଣ୍ଟ ସେକ୍ସନରେ ତାଙ୍କୁ ପ୍ରଂଶସା କରୁଛନ୍ତି । ଭିଡିଓରେ ପଲକ ମସ୍ତି କରୁଥିବା ନଜର ଆସୁଛନ୍ତି । କେତେବେଳେ ସେ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତୁଛନ୍ତି ତ ଆଉ କେତେବେଳେ ସେ ଫୁଲରେ ଖେଳୁଛନ୍ତି । ତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କୁ ପସନ୍ଦ ଆସିଛି । କେହି କେହି ୟୁଜର୍ସ ତାଙ୍କ ‘ସ୍ମାଇଲ୍ କ୍ୟୁଟ୍’ କହି ତାଙ୍କୁ ପ୍ରଶଂସା କରିଛନ୍ତି ।

























