ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

0
460

ପୁରୀ : ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ। ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା ଶହେ ଜଣ MBBS ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୋମବାର ଅପରାହ୍ଣ ୫ଟାରେ ମେଡିକାଲ କଲେଜ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ସେଠାରୁ ମେଡିକାଲ କଲେଜକୁ ଯାଇ ଲୋକାର୍ପଣ ଉତ୍ସବରେ ଯୋଗଦେବେ ନବୀନ। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନର ପାଠପଢ଼ା ସହ ବିଭିନ୍ନ ବ୍ୟବସ୍ଥା ବିଷୟରେ ପଚାରି ବୁଝିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଏସପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

Also Read  ନେହେରୁ, ନେତାଜୀ, ସବରକର୍‌ ଥିଲେ ଦେଶ ନିର୍ମାତା: ପ୍ରଧାନମନ୍ତ୍ରୀ ମୋଦୀ