ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ

0
438
internet-services-are-off-in-keonjhar

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଦୁଇ ଗୋଷ୍ଠୀମଧ୍ୟରେ ସଂଘର୍ଷ ପରେ ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଗତକାଲିଠୁ ଯୋଡା ସହରରେ ୧୪୪ ଧାରା ଜାରି କରାଯିବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି। ରାମନବମୀ ଶୋଭାଯାତ୍ରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯୋଡ଼ା ସହର ଉପରେ ଛାଉଣୀ ହୋଇଛି ପୋଲିସ ।

ସୂଚନା ଅନୁସାରେ, ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତାପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ କରିଥିଲେ । ଏଥିରେ ପାଖାପାଖି ୧୦ ଆହତ ହୋଇଛନ୍ତି ।

Also Read  Subhadra Scheme Fourth Installment Money to be Given After January 15