ରାଜଧାନୀରେ ପୁଣି ଲୁଟ୍; ସୁନ୍ଦରପଦା ଅଞ୍ଚଳରେ ବ୍ଯବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିଲେ ଦୁର୍ବୃତ୍ତ

0
489
miscreants-attacked-and-loot-a-businessman-in-bhubaneswar

ଭୁବନେଶ୍ୱର: ରାଜଧାନୀରେ ବ୍ୟବସାୟୀଙ୍କ ଉପରକୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ। ସୁନ୍ଦରପଦା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ଲୁଟ୍ । ତାଙ୍କ ହାତ ଓ କାନ୍ଧରେ ଏକାଧିକ ଜାଗାରେ ଲୁଟେରା ଆକ୍ରମଣ କରିଥିବା ଜଣାପଡିଛି। ୩ଟି ବାଇକରେ ୬ ଜଣ ଆସି ଆକ୍ରମଣ କରି ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଠାରୁ ତାଙ୍କ ମୋବାଇଲ ନେଇଯାଇଛନ୍ତି, ହେଲେ ଟଙ୍କା ପଇସା ନେବାରେ ସକ୍ଷମ ହୋଇନାହାନ୍ତି।

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ନିରଞ୍ଜନ ସାହୁ । ଗତକାଲି ରାତି ୧୨ଟା ସମୟରେ ଦୋକାନ ବନ୍ଦ କରି ଯାଉଥିବା ସମୟରେ ଲୁଟର ଶିକାର ହୋଇଥିଲେ । ଏନେଇ ନିରଞ୍ଜନ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Also Read  ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର: ଜଣେ ମୃତ, ୨ ଗୁରୁତର