ବଗିଚାରେ ଶୌଚ ପାଇଁ ମନା କରିବାରୁ ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

0
363
garden-owner-was-stabbed-to-death-for-refusing-to-defecate-in-the-garden

ବୌଦ୍ଧ: ବଗିଚାରେ ଶୌଚ ପାଇଁ ମନା କରିବାରୁ ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଅଭିଯୁକ୍ତ। ଏଭଳି ଅଘଟଣ ଘଟିଛି ବୌଦ୍ଧ ଥାନା ଅନ୍ତର୍ଗତ ଖମାରିପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଏକାଦଶୀ ନାଏକ। ଅଭିଯୁକ୍ତ ନରେନ୍ଦ୍ର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ପ୍ରଧାନ ଏକାଦଶୀଙ୍କ ବଗିଚାକୁ ଶୌଚ ପାଇଁ ଯାଇଥିଲେ। ଏକାଦଶୀ ତାଙ୍କୁ ଶୌଚ କରିବାରୁ ବାରଣ କରିଥିଲେ। ଏହି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରିବା ସହିତ ନିଜ ଘରକୁ ପଠାଇ ଦେଇଥିଲେ।

ମାତ୍ର ଏକାଦଶୀ ରାତିରେ ଖାଇ ସାରି ଗାଁ ମଣ୍ଡପରେ ଶୋଇଥିବା ସମୟର ବିଳମ୍ବିତ ରାତିରେ ହଠାତ୍ ନରେନ୍ଦ୍ର ଏକ ଧାରୁଆ ଟାଙ୍ଗିଆରେ ଏକାଦଶୀଙ୍କୁ ଆକ୍ରମଣ କରିଥିଲେ । ଏକାଦଶୀଙ୍କ ବେକରେ ଟାଙ୍ଗିଆ ଚୋଟ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବୌଦ୍ଧ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Also Read  Odisha: Coast Guard Rescues 12 Fishermen As The Trawler Sinks In Deep Sea