ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କେଜିଏଫ୍‌୨

0
322

ମୁମ୍ବାଇ: କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କେଜିଏଫ୍୨ ଆଜି ରିଲିଜ୍‌ ହୋଇଛି। ୟଶଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍ ଓ ସଞ୍ଜୟ ଦତ୍ତଙ୍କୁ ବି ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା। କେଜିଏଫ୍‌ ପ୍ରଥମ ଭାଗ ସୁପରହିଟ୍‌ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଥିଲା।

ଏହି ଚଳଚ୍ଚିତ୍ରଟି ଦେଖିବା ପରେ ଏବେ ଟ୍ବିଟର୍‌ରେ ଏହାର ଭୂରି ଭୂରି ପ୍ରଶଂସା ଦେଖିବାକୁ ମିଳୁଛି। ଚଳଚ୍ଚିତ୍ରଟିକୁ ଦେଖି ଲୋକେ ୟଶଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପ୍ରଭାସଙ୍କୁ ‘ବାହୁବଳୀ’ ବଲିଉଡ୍‌ଠାରୁ ବଡ଼ ବନାଇଥିଲା।‌ ସେହିପରି ରାମ୍‌ ଚରଣ ଓ ଏନ୍‌ଟିଆର୍‌ଙ୍କୁ ‘ଆର୍‌ଆର୍‌ଆର୍‌’ ଓ ୟଶଙ୍କୁ ‘କେଜିଏଫ୍‌’ ବଲିଉଡ୍‌ଠାରୁ ବଡ଼ ବନାଇଛି। ଦକ୍ଷିଣ ଭାରତୀୟ ଫିଲ୍ମକୁ ନେଇ ମୁଁ ଗର୍ବିତ।’ ଅଭିନେତା ୟଶ୍‌ ବି ଏକ ଟ୍ବିଟ୍‌ ଜରିଆରେ ନିଜ ପ୍ରଶଂସକମାନଙ୍କୁ ନିଜର ଦମ୍ଭ ବୋଲି କହିଛନ୍ତି। ଆପଣଙ୍କ ଭଲପାଇବା ଓ ସମର୍ଥନ ହିଁ ମୋର ଶକ୍ତି ବୋଲି ସେ ଟ୍ବିଟ୍‌ରେ କହିଛନ୍ତି।

Also Read  ଉଦ୍ଧବ ସରକାରଙ୍କ ଉପରେ ସଙ୍କଟ ପଡ଼ିବାରୁ ୧୧ଥର ହନୁମାନ ଚାଳିଶା ପଢ଼ିଥିବା କହିଲେ ନବନୀତ