ଭାରସାମ୍ୟ ହରାଇ ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୩୦ ଗୁରୁତର

0
337
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ଦାରିଙ୍ଗବାଡି: ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଗଣ୍ଡମୁଣ୍ଡା ଘାଟିରେ ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଗୁରୁତରଙ୍କ ମଧ୍ୟରେ ୫ ଜଣ ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି । ବାଲିଗୁଡାରୁ ବୁଡାଗୁଡା ଆସୁଥିବା ବେଳେ ଗଣ୍ଡମୁଣ୍ଡା ଘାଟିରେ ୧୫ ଫୁଟ ତଳକୁ ଖସିଛି ବସ୍‌ । ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର୍‌ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Also Read  ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା; ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର