ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଚେତାବନୀ: ପାକିସ୍ତାନରେ ପାଠ ପଢିଲେ ଭାରତରେ ମିଳିବନି ଚାକିରି

0
366
no-jobs-or-higher-education-if-you-go-to-study-in-pakistan

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚେତାବନୀ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ପାକିସ୍ତାନରେ ପାଠ ପଢିଲେ ଭାରତରେ ଚାକିରି ମିଳିବନି । ପାକିସ୍ତାନ ପ୍ରତି ଭାରତର ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ। ଏହା କଲେ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏଥିସହ ଏହି ଛାତ୍ରଛାତ୍ରୀମାନେ ଭାରତରେ ନିଯୁକ୍ତି ସୁଯୋଗ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ | ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଜାରି ଏକ‌ ବିଜ୍ଞପ୍ତିରେ ଏହା କୁହାଯାଇଛି।

ତେବେ ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ଭାରତୀୟ ନାଗରିକତ୍ୱ ପାଇଥିବା ସେମାନଙ୍କ ପିଲାମାନଙ୍କୁ ପାଇଁ ଏହି କଟକଣା କୋହଳ କରାଯିବ। ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ଭାରତୀୟ ନାଗରିକତ୍ୱ ଥିବା ସେମାନଙ୍କ ପିଲାମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରୁ ସୁରକ୍ଷା ମଞ୍ଜୁର ମିଳିଲେ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ଭାରତୀୟ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ଆଡଭାଇଜରୀରେ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଛି।

Also Read  Siddhivinayak temple earnings Rs 133 cr in FY 2024-25