ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮ କୋଟି ଟଙ୍କାର ବଜେଟ ପାରିତ

0
399
champak-dwadas-rituals-in-srimandira

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮.୫୧ କୋଟି ଟଙ୍କାର ଶ୍ରୀମନ୍ଦିର ବଜେଟ ପାରିତ ହୋଇଛି। ଯାହା ଭିତରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ଖର୍ଚ୍ଚ ରହିଛି। ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ସୁଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଆଦି ଆୟ ରହିଛି। ଆଜି ଗଜପତି ଦିବ୍ୟାସିଂହ ଦେବଙ୍କ ଅଧକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିଥିବା ପରିଚାଳନା କମିଟି ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ସେବାୟତ କଲ୍ୟାଣକୁ ନେଇ ଆଲୋଚନା କରାଯାଇଥିଲା। ଗୁରୁକୁଳ ପ୍ରତିଷ୍ଠା ନେଇ ଭୂମିପୁତ୍ର ଫାଉଣ୍ଡେସନ ସହ ଏମଓୟୁ ଖୁବଶୀଘ୍ର କରାଯିବ। ବାସଗୃହ ଯୋଜନାରେ ସେବାୟତଙ୍କ ପାଇଁ ଘର ନିର୍ମାଣ ନିମେନ୍ତ ହରଚଣ୍ଡୀ ସାହି ଓ କାଳୀକାଦେବୀ ସାହିରେ ଜମି ଚି଼ହ୍ନଟ ହୋଇଛି। ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବ। ଗୁରୁକୁଳ ନିର୍ମାଣ ପାଇଁ ୬ କୋଟିରୁ ଅଧିକ ଆର୍ଥିକ ଅନୁଦାନ ମିଳିଛି ବୋଲି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।

Also Read  କରୋନାଭାଇରସ୍‌ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍‌ କୋର୍ଟ