ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ; କହିଲେ, ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି

0
75
gajapati-maharaj-dibyasingha-deb says puri-shree-mandir-safe

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ଦେଲେ ପୁରୀ ଗଜପତି ଦିବ୍ୟସିଂହ ଦେବ । କହିଲେ, ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । ସମସ୍ତେ ମିଶି ପ୍ରକଳ୍ପ କାମ ଆଗେଇ ନେବା ଉଚିତ୍ । ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ । ଏଥିପାଇଁ ପ୍ରକଳ୍ପ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ନିବେଦନ କରିଛନ୍ତି ଗଜପତି ମହାରାଜ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ କାମ ସମସ୍ତଙ୍କ ଦାୟିତ୍ୱ । ଯୋଜନା କେମିତି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣ କାମ ପାଇଁ ହୋଇଥିବା ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ କାମ ଜାରି ରହି କାମ ଶେଷ ହେବା ଦରକାର । କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଦଳ କିମ୍ବା ସରକାରଙ୍କ ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱସ୍ତରରେ ସ୍ଥାପନ କରିବା ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସମସ୍ତ ଭକ୍ତ ମିଳିମିଶି ଆଲୋଚନା କରି ପ୍ରଥମେ ସମସ୍ତ ବାଧା ହଟାଇବା ଦରକାର । ସମାଧାନର ରାସ୍ତା ବାହାର କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜ ।

Also Read  ୩୬ ଘଣ୍ଟା, ୮୦୦ କିଲୋମିଟର : ଏମିତି ଧରାପଡ଼ିଲେ ଅପହରଣକାରୀ

LEAVE A REPLY

Please enter your comment!
Please enter your name here