ଜୁନ୍ ପ୍ରଥମ ସପ୍ତାହରେ ଜୟପୁର ରୁ ବିମାନ ଚଳାଚଳ ଆରମ୍

0
448

ଜୟପୁର: ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କୋରାପୁଟର ଜୟପୁରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ଯାୟରେ ଜୟପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଉଡ଼ିବ ବିମାନ । ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ ଯାତ୍ରା କରିବ ।କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଯାତ୍ରୀଙ୍କୁ ରିହାତି ଦରରେ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

ରାଜ୍ଯ ସରକାର ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଛନ୍ତି। ବଳକା କାର୍ଯ୍ଯ ଶୀଘ୍ର ସାରି ଜୁ୍ନ୍ ଆରମ୍ଭରୁ ବିମାନ ଚଳାଚଳ କରିବ ବୋଲି ଉଷା ଆଶା ପ୍ରକାଶ କରିଛନ୍ତି।

କୋରାପୁଟ ଗସ୍ତରେ ଆସି ଉଷା ପାଢ଼ୀ ନନ୍ଦପୁର ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି।

Also Read  ରେଡ୍ କାରପେଟ୍‌ରେ ଦୀପିକାଙ୍କ ଜଲୱା, କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଶାଢୀ ପିନ୍ଧି ଫ୍ୟାନ୍ସଙ୍କ ହୃଦୟ ଜିତିଲେ