ଦୋକାନୀଙ୍କୁ ସିଗାରେଟ୍ ମଗିଲେ ଯୁବକ, ଦେବାରେ ବିଳମ୍ଵ ହେବାରୁ ଫୁଟାଇଦେଲେ ଗୁଳି

0
445

ଘଟଗାଁ : ଦୋକାନୀଙ୍କୁ ସିଗାରେଟ୍ ମଗିଲେ ଯୁବକ। ଦେବାରେ ବିଳମ୍ଵ ହେବାରୁ ଫୁଟାଇଦେଲେ ଗୁଳି। କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଗୁଳିମାଡ଼ ହୋଇଛି। ଦୋକାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଥିବା ଜଗବନ୍ଧ ମହାପାତ୍ରଙ୍କ ଗ୍ରୋସରୀ ଦୋକାନକୁ ୨ ଜଣ ଯୁବକ ଆସି ସିଗାରେଟ୍‌ ମାଗିଥିଲେ । ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଯୁବକ ୨ ଜଣ ଜଗବନ୍ଧୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।

ଗୁଳିଟି ଜଗବନ୍ଧୁଙ୍କର ବେକରେ ବାଜି ଏପଟ ସେପଟ ବାହାରିଯାଇଥିଲା । ତେବେ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହରିଚନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Also Read  ବଡଗଡ଼ ହାଜତ ମୃତ୍ୟୁ ମାମଲାର ନୂଆ ମୋଡ ,ମୃତକଙ୍କ ନାଁରେ ଥାନାରେ କୌଣସି ମାମଲା ନଥିଲା