କାହିଁକି ‘ଭୁଲ୍ ଭୁଲୈୟା ୨’ରେ ଅକ୍ଷୟ-ବିଦ୍ୟାଙ୍କୁ କରାଯାଇ ନାହିଁ କାଷ୍ଟ ? ନିର୍ଦ୍ଦେଶକ ଅନିସ୍ କଲେ ଖୁଲାସା

0
374

ନୂଆଦିଲ୍ଲୀ : ‘ଭୁଲ୍ ଭୁଲୈୟା ୨’ର ଟ୍ରେଲର ରିଲିଜ୍ ହୋଇସାରିଛି। ଏଥିରେ କାମ କରିଥିବା କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନି ଏବଂ ତବୁଙ୍କ ସମେତ ସମସ୍ତ ତାରକାଙ୍କ ବିଷୟରେ ଆଲୋଚନା ହେଉଛି। ଏହାକୁ ଅନିସ୍ ବଜମି ନିର୍ଦ୍ଦେଶନା ଦେଇଛନ୍ତି। ୨୦୦୭ ମସିହାରେ ରିଲିଜ୍ କରିଥିବା ‘ଭୁଲ୍ ଭୁଲୈୟା’କୁ ପ୍ରିୟଦର୍ଶନ ନିର୍ଦ୍ଦେଶନା ଦେଇଥିଲେ। ସେଥିରେ ଅକ୍ଷୟ କୁମାର, ବିଦ୍ୟା ବାଲାନ, ରାଜପାଲ ଯାଦବ, ପରେଶ ରାୱଲ, ଅମିଷା ପଟେଲ, ମନୋଜ ଯୋଶୀଙ୍କ ଭଳି ବଛା ବଛା କଳାକାରମାନେ ଅଭିନୟ କରିଥିଲେ। କମେଡି, ଡାଏଲଗ୍, ହରର … ସବୁକିଛି ଏତେ ସୁନ୍ଦର ଥିଲା ଯେ ଫିଲ୍ମଟି ସୁପର ହିଟ୍ ହୋଇଥିଲା।

ସବୁକିଛି ସଫଳ ହେବା ପରେ ବି ଅକ୍ଷୟ କୁମାର କିମ୍ବା ବିଦ୍ୟା ବାଲାନଙ୍କୁ ଏହି ସିନେମାର ସିକ୍ୱେଲରେ କାହିଁକି କାଷ୍ଟ କରାଗଲା ନାହିଁ? ବର୍ତ୍ତମାନ ଅନିସ୍ ବାଜମି ଏହାର ଖୁଲାସା କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି, ‘ଅକ୍ଷୟ ଜଣେ ଚମତ୍କାର ଅଭିନେତା ଏବଂ ବନ୍ଧୁ। ବିଦ୍ୟା ବି ଜଣେ ସର୍ବତ୍ତୋମ ଅଭିନେତ୍ରୀ ଏବଂ ସେ ଭୁଲ୍ ଭୁଲୈୟାରେ ପ୍ରକୃତରେ ଭଲ କରିଥିଲେ। କିନ୍ତୁ ସ୍କ୍ରିପ୍ଟ ଆମକୁ ତାଙ୍କୁ ବୋର୍ଡରେ ଆଣିବାକୁ ସ୍ୱାଧୀନତା ଦେଇନାହିଁ। ଆମେ ଉଭୟଙ୍କୁ ବିନା କୌଣସି ଉଦ୍ଦେଶ୍ୟରେ ଅନବୋର୍ଡ କରିବାକୁ ଚାହୁଁନଥିଲୁ। ଏହି କାହାଣୀ ଆମକୁ ସେମାନଙ୍କୁ ଆଣିବାକୁ ଅନୁମତି ଦେଲା ନାହିଁ ।’

Also Read  ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଥିଲେ ଉଦ୍ଧବ ସରକାର, ଇସ୍ତଫା ଦେବା ପରେ ସାମ୍ନା କରିବେ କି ଚ୍ୟାଲେଞ୍ଜ?