୪୨୦ ଗାର୍ଲଫ୍ରେଣ୍ଡ; ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

0
333
lady-accountant-arrested-in-bhubaneswar

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୪୨୦ ଗାର୍ଲଫ୍ରେଣ୍ଡ । ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି । ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ କରି ନଥିବା ଅଭିଯୋଗ ହୋଇଛି ତାଙ୍କ ନାଁରେ । ଟଙ୍କା ଡିପୋଜିଟ୍ ନ କରି ବୟଫ୍ରେଣ୍ଡ ପାଖକୁ ପଠାଉଥିବା ସୂଚନା ।

ସୂଚନା ଅନୁସାରେ, ସିଭି ରମଣ ଇଞ୍ଜିନିୟରିଂ କଲେଜର ଜଣେ ମହିଳା ଆକାଉଣ୍ଟାଣ୍ଟ ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ। ଏହାପରେ ସିଭିରମଣ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଟଙ୍କା ଗାଏବ ନେଇ ତମଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଆକାଉଣ୍ଟାଣ୍ଟଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ସବୁ ସତ ମାନିଥିବା ଜଣାଯାଇଛି। ଅଭିଯୁକ୍ତ ଆକାଉଣ୍ଟାଣ୍ଟଙ୍କ ଘର କଟକର ୪୨ ମଉଜା ଅଞ୍ଚଳରେ ବୋଲି ଜଣାଯାଇଛି।

Also Read  Maha Kumbh: ECoR announces 7 special trains covering Odisha districts