ଅନୁଷ୍କାଙ୍କ ଜନ୍ମଦିନରେ ବିରାଟଙ୍କ ପ୍ରେମଭରା ଟ୍ବିଟ୍: ଲେଖିଲେ; ଭଗବାନକୁ ଧନ୍ୟବାଦ…

0
1337

ମୁମ୍ବାଇ: ଅନୁଷ୍କାଙ୍କ ଜନ୍ମଦିନରେ ବିରାଟଙ୍କ ପ୍ରେମଭରା ଟ୍ବିଟ୍। ନିଆରା ଢ଼ଙ୍ଗରେ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଭାରତୀୟ କ୍ରିକେଟର ବିରାଟ କୋହଲି। ଅନୁଷ୍କା ଶର୍ମାଙ୍କ ଜନ୍ମଦିନରେ କିଛି ଫଟୋ ସେୟାର କରି ବିରାଟ ଲେଖିଥିବା କିଛି ପ୍ରେମଭରା ଲେଖାକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ଦେଖାଯାଉଛି।

ସୋସିଆଲ ମିଡିଆ ଟ୍ବିଟରରେ ବିରାଟ ଅନୁଷ୍କାଙ୍କ ସହ ଦୁଇଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଆରସିବି କୋଚ ଏବଂ ଖେଳାଳିମାନେ ନଜର ଆସିଛନ୍ତି। ଫଟୋ ସେୟାର କରି କୋହଲି କ୍ୟାପସନରେ ପତ୍ନୀ ଅନୁଷ୍କାଙ୍କ ପାଇଁ ଏକ ବାର୍ତ୍ତା ଲେଖିଛନ୍ତି। ଟ୍ବିଟରେ ଲେଖାଯାଇଛି ଯେ, ‘ଭଗବାନଙ୍କୁ ଧନ୍ୟବାଦ ଯେ ତୁମେ ଜନ୍ମ ହୋଇଛ। ମୁଁ ତୁମ ବିନା କ’ଣ କରିଥାନ୍ତି, ମୁଁ ଜାଣି ନାହିଁ। ତୁମ ମନ ପ୍ରକୃତରେ ବହୁତ ସୁନ୍ଦର।

ତେବେ କୋହଲିଙ୍କ ଏଭଳି ଜନ୍ମଦିନର ଶୁଭେଚ୍ଛା ଟ୍ବିଟକୁ ପ୍ରଶଂସକମାନେ ଖୁବ ପସନ୍ଦ କରିବା ସହ ଅନୁଷ୍କାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ତେବେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୩ ତମ ମ୍ୟାଚରେ କୋହଲି ୫୮ ରନ କରିବା ସହ ଫର୍ମକୁ ଫେରିବାର ସଂକେତ ଦେଇଥିଲେ। ଗତ କିଛି ଦିନ ହେଲା ତାଙ୍କ ପ୍ରଦର୍ଶନ ଖରାପ ରହିଥିବା ବେଳେ ଏହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଭଲ ପ୍ରଦର୍ଶନ କରି ବି ସେ ନିଜ ଦରକଳ ଜିତାଇ ପାରିନଥିଲେ।

Also Read  ଭାରତ ସରକାର ମୁସଲମାନମାନଙ୍କୁ କ୍ଷମା ନମାଗିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ: ସାଇବର ଆକ୍ରମଣକାରୀ