ଅସହ୍ୟ ତାତିରେ ସିଜୁଛି ପଶ୍ଚିମ ଓଡିଶା; ଆଜି ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

0
496
high tempreture in western Odisha

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ଖରା ସାଙ୍ଗକୁ ଝାଞ୍ଜି ପବନରେ ସିଝୁଛି ଓଡିଶା । ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳବୈଶାଖୀ ପ୍ରଭାବରେ ତାତି କମିବ ବୋଲି ଅଶା କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ତାତି ୪୦ ଡିଗ୍ରୀ ତଳକୁ ଖସିବା ନାଁ ଧରୁନି। ଆଜି ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୫ ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଆଜି ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ତେବେ ଗତ କିଛି ଦିନ ଧରି ବୌଦ୍ଧରେ ତାତି ଅଧିକା ରହୁଥିବା ବେଳେ ସୋମବାର ଏଥିରେ ସାମାନ୍ୟ ହ୍ରାସ ପାଇଛି।

Also Read  ପୁରୀ ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତ୍ତରଞ୍ଜନଙ୍କ ପରିବାର ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ