ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ

0
331
more 836-new-corona-positive case-in-odisha

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦ‌ାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୯୧ ହଜାର ୩୯୩ ଟଙ୍କାରେ ପହଞ୍ଚିଛି। ଏବେ ସୁଦ୍ଧା ଦେଶରେ କରୋନାରେ ୫୨୩, ୯୭୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, କରୋନାର ଦୈନିକ ପଜିଟିଭ୍‌ ହାର ୧.୦୭ ରହିଥିବା ବେଳେ ସାପ୍ତାହିତ ପଜିଟିଭ୍‌ ହାର ରହିଛି ୦.୭୦ ପ୍ରତିଶତ।

ଦେଶରେ ଦିନକରେ ୩୦୦୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୪୭ ହଜାର ୬୯୯ରେ ପହଞ୍ଚିଛି। ଗତକାଲି ବି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩ ହାଜର ଉପରେ ରହିଥିଲା। ଗତ ୬ ଦିନ ହେବ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ରହୁଥିବା ବେଳେ ମଙ୍ଗଳବାର ୧୮.୭% ହ୍ରାସ ପାଇ ଅଢ଼େଇ ହଜାରରୁ ସାମାନ୍ୟ ଅଧିକ ଥିଲା।

ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କୋଭିଡ୍‌-୧୯ ରୋଗ ସୃଷ୍ଟିକାରୀ ସାର୍ସ-କୋଭ୍-୨ ଭୂତାଣୁ ହେଉଛି ବାୟୁବାହିତ। ଯଦି ଗୋଟିଏ ପ୍ରକୋଷ୍ଠରେ ଦୁଇ ବା ଅଧିକ କୋଭିଡ୍-୧୯ ରୋଗୀ ଥାନ୍ତି ତେବେ ବାୟୁରେ ଥିବା ଭୂତାଣୁଙ୍କ ପଜିଟିଭିଟି ହାର ୭୫ ପ୍ରତିଶତ ହୋଇଥାଏ। ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍‌ବି), ହାଇଦ୍ରାବାଦ ଏବଂ ସିଏସ୍‌ଆଇଆର୍-ଆଇଏମ୍‌ଟେକ୍, ଚଣ୍ଡୀଗଡ଼ ପକ୍ଷରୁ କରାଯାଇଥିବା ଅନୁଧ୍ୟାନର ରିପୋର୍ଟ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

Also Read  ଗଇଲୋ ଘାଟୀରେ ଓଲଟିଲା ଅଟୋ, ଗୋଟିଏ ପରିବାରର ୧୨ ସଦସ୍ୟ ଆହତ