ପଞ୍ଚମ ପାଳି ସରକାରକୁ ପୂରିବ ୩ ବର୍ଷ; ସବୁ ବିଭାଗକୁ କାମର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ ନବୀନ

0
207
Odisha CM Instructs Revenue Minister To Visit The Train Tragedy Site
Odisha CM Instructs Revenue Minister To Visit The Train Tragedy Site

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି । ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର । ମେ’ ୨୯, ୨୦୧୯ । ପଞ୍ଚମ ଥର ପାଇଁ ରାଜ୍ୟର ନେତୃତ୍ୱ ନେବାକୁ ନବୀନ ନେଇଥିଲେ ଶପଥ । ପ୍ରଥମ ଦିନରେ ହିଁ ମନ୍ତ୍ରୀ, ଅଫିସର ସଭିଙ୍କୁ ଗୋଟିଏ ବାର୍ତ୍ତା ଦେଇଥିଲେ ନବୀନ । ଲୋକଙ୍କ ପାଖକୁ ଯାଅ । ଯାହା ପ୍ରତିଶ୍ରୁତି ଦେଇଛୁଳ ପାଳନ କର । ଏବେ ଏହାର ହିସାବ ମାଗିଛନ୍ତି ନବୀନ ପଟ୍ଟନାୟକ ।

ସବୁ ବିଭାଗକୁ ଚିଠି ପଠାଯାଇଛି । ପ୍ରତିଶ୍ରୁତି କେତେ ପାଳନ କରିଛ, ଶୀଘ୍ର ରପୋର୍ଟ ଦାଖଲ କର । ୨୯ ତାରିଖରେ ବିଜେଡିର ପଞ୍ଚମ ପାଳି ସରକାରଙ୍କୁ ୩ ବର୍ଷ ପୂରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୯ରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ସମୀକ୍ଷା କରିବେ । କେଉଁ ବିଭାଗ, କେତେ ପ୍ରତିଶ୍ରୁତି ପାଳନ କରିଛି,ତାହା ପରଖିବେ ମୁଖ୍ୟମନ୍ତ୍ରୀ ।

Also Read  ଅନ୍ୟ ଦେଶରେ ବଢ଼ୁଛି ସଂକ୍ରମଣ : ରାଜ୍ୟ ପାଇଁ କ’ଣ କହିଲେ ଡିଏମଇଟି ?

LEAVE A REPLY

Please enter your comment!
Please enter your name here