ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କଲା ବିଜେପି

0
416
radharani-panda-became-the-bjp-candidate for-brajarajnagar-bypoll

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ଆଗରୁ ରାଧାରାଣୀ ପଣ୍ଡାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରସ୍ତୁତ ରହିଥିବାକୁ ଦଳ ତାଙ୍କୁ କହିଥିବା ସେ ସୂଚନା ଦେଇଥିଲେ। ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ।ତେବେ ଗତ ୨୦୧୯ ନିର୍ବାଚନରେ ରାଧାରାଣୀ ପରାଜିତ ହୋଇଥିଲା । ବିଜେଡି ଏଠାରେ ବିଜୟୀ ବାନା ଉଡାଇଥିଲା ।

ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ରେସରେ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ। ତାଙ୍କୁ ପ୍ରାର୍ଥୀ ପାଇଁ ଦଳ ଚୂଡ଼ାନ୍ତ କରିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ସୂଚନା ଅନୁଯାୟୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନରୁ କିଏ ପ୍ରାର୍ଥୀ ହେବ, ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି।

Also Read  Central Team visits Puri and Khurda to assess the damage